oom

ସଇଁନ୍ତଲାରେ ବୁଲିଲା ସ୍ମାର୍ଟକାର୍ଡ ରଥ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆସନ୍ତା ୨୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାକୁ ଗସ୍ତ କରି ସ୍ମାର୍ଟକାର୍ଡ ବଣ୍ଟନ କରିବେ ଯାହାକୁ ନେଇ ବିଜେଡି ନେତାମାନଙ୍କ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି ସଇଁନ୍ତଲା କାର୍ଯ୍ୟାଳୟ ପରିସରରେ ସିଡିପିଓ ସବିତା ଦାସ ପତାକା ଦେଖାଇ ଏହି ରଥକୁ ଶୁଭାରମ୍ଭ କରିଥିଲେ । ଡାକବାଜି ଯନ୍ତ୍ର ମାଧ୍ୟମରେ ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ନେଇ ସଚେତନତା କରିବା ପାଇଁ ଏହି ରଥର ଶୁଭାରମ୍ଭ କରାଯାଇଛି ।ଏଥିରେ ସ୍ଥାନୀୟ ବିଡ଼ିଓ ଦେବାଶିଷ ସାମଲ, ଯୋଗାଣ ଅଧିକାରୀ ନଳିନୀ କାନ୍ତ ପାଳ, ସ୍ଥାନୀୟ ଡାକ୍ତରଖାନା ଅଧିକାରୀ ସମରେନ୍ଦ୍ର ମହାପାତ୍ର, ପିଏଚଓ ମିନା ତ୍ରିପାଠୀ, ସିଡିପିଓ ସବିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.