mahavir

ବଙ୍ଗୋମୁଣ୍ଡାରେ ଶିକ୍ଷୟିତ୍ରୀ ଘୋଷାଦ୍ରୀ ତାଣ୍ଡି ସ୍ମାରକୀ କ୍ରିକେଟ ଲିଗ – ଗ୍ଲାଡିଏଟର ଟିମ୍ ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ଭାରତୀୟ ଇଂଲିଶ ମିଡିୟମ ସ୍କୁଲ ପକ୍ଷରୁ ଚାଲିଥିବା ଶିକ୍ଷୟିତ୍ରୀ କୁମାରୀ ଘୋଷାଦ୍ରୀ ତାଣ୍ଡି ସ୍ମାରକୀ କ୍ରିକେଟ ଲିଗ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଶ୍ରୀ ଗଣେଶଙ୍କ ମୂର୍ତ୍ତିରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ପରେ ଖେଳ ଆରମ୍ଭ ହୋଇଥିଲା । ଏଥିରେ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଆଇଆଇସି ସଞ୍ଜୀବ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ବଲାଙ୍ଗୀର ର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ଗ୍ଲାଡିଏଟର ଟିମ ଓ ଟିଚର୍ କିଙ୍ଗସ ଇଲେଭେନ ଟିମ ଫାଇନାଲ୍ ମ୍ୟାଚ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ । ପ୍ରଥମେ ଗ୍ଲାଡିଏଟର ଟିମ ବ୍ୟାଟିଂ କରି ୮ ଓଭରରେ ୩ ୱିକେଟ ହରାଇ ୧୦୩ ରନ ସଂଗ୍ରହ କରିଥିଲା । ଜବାବରେ ଟିଚର୍ କିଙ୍ଗସ ଇଲେଭେନ ଟିମ ବ୍ୟାଟିଂ କରି ୮ ଓଭରରେ ୪ ୱିକେଟ ହରାଇ ୬୦ ରନ କରି ପରାଜିତ ହୋଇଥିଲା । ୟଶ ଖମାରୀ ଓ ଚିନୁ ବିଶ୍ୱାଳ ଖେଳ ପରିଚାଳନା କରିଥିଲେ । ବିକାଶ ରଞ୍ଜନ ପନିକା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଉଦିତ ମେହେର ସ୍କୋର ବୋର୍ଡ ଦାୟିତ୍ୱରେ ଥିଲେ । ଏଥିରେ ସ୍କୁଲର ଶିକ୍ଷୟିତ୍ରୀ କଞ୍ଜନେତ୍ରୀ ଦାସ, ସଂଘମିତ୍ରା ପଣ୍ଡା, ସୁଜାତା ବାଗ, ବେବି ହଂସ, ରିମା ସାହୁ, ରାଜଶ୍ରୀ ବେହେରା, ଆଇସା ତାଣ୍ଡି, ବାଗେଶ୍ରୀ ସୁଲକ୍ଷଣା ଦାସ, ସଂଯୁକ୍ତା ଚଳାନ, ଶିକ୍ଷକ ବିକାଶ ସରାଫ, ମନୋଜ ସାହୁ, ସତ୍ୟନାରାୟଣ ପୁଟେଲ, ରବୀନ୍ଦ୍ର ପୁଟେଲ, ଘନଶ୍ୟାମ ସାହୁ ପ୍ରମୁଖଙ୍କ ସମେତ ଅନୁଷ୍ଠାନର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.