oom

ଶିଶୁ ବିକାଶ କେନ୍ଦ୍ରରେ ବିଶ୍ୱ ଶିଶୁ ଦିବସ ପାଳନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶିଶୁ ବିକାଶ କେନ୍ଦ୍ର ତରଫରୁ ଟିକ୍ରାପଡା ରାମ ମନ୍ଦିର ଠାରେ ଅନୁଷ୍ଠାନର ଉପଦେଷ୍ଟା ବିଶିଷ୍ଟ ଆଇନଜୀବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ ଗିରିଜା ଶଙ୍କର ରଥ ଓ ସାମାଜିକ କର୍ମୀ ଅରୁଣ ଖୁଆସ ବକ୍ତା ଭାବରେ ଯୋଗ ଦେଇଥିଲେ । ଶ୍ରୀ ରଥ କହିଥିଲେ ଯେ ଶିଶୁର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ପିତାମାତା, ଶିକ୍ଷକ ଓ ସମାଜର ସଚେତନଶୀଳ ନାଗରିକମାନେ ସମ୍ମିଳିତ ଉଦ୍ୟମ କରିବାର ଆବଶ୍ୟକତା ରହିଛି । ଶ୍ରୀ ଖୁଆସ ସରକାରୀ ସ୍ତରରେ ଓ ବେସରକାରୀ ସ୍ତରରେ ଶିଶୁମାନଙ୍କର ସୁରକ୍ଷା ଓ ଅଧିକାର ଉପରେ ଯେଉଁ କାମମାନ କରାଯାଇଛି ସେ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ସଭାରେ ଶିଶୁ ବିକାଶ କେନ୍ଦ୍ରର ସଭାପତି ମଦନ ମୋହନ ରଥ ମଧ୍ୟ ନିଜର ମତବ୍ୟକ୍ତ କରିଥିଲେ । ସଭାକୁ ପରିଚାଳନା କରିଥିଲେ ସଂପାଦକ ମଧୁ ସାହୁ । ଏହି ସଭାରେ ଆଦ୍ୟାଶକ୍ତି ନାରୀ ସଂଗଠନର ସଭ୍ୟାମାନେ ଏବଂ ଡ.ପ୍ରେମଚାନ୍ଦ ମହାନ୍ତି, କପିଳ ପତି, ଧର୍ମବ୍ରତ ରଥ, ଦୁର୍ଗାଚରଣ ସାହୁ, ଶୀତାଂଶୁ ନାୟକ, ଚୁଡେନ୍ଦ୍ର କୁମାର ବେହେରା, ପ୍ରଦୀପ ପଶାୟତ, କସ୍ତୁରି ରଥ, କବିତା ମିଶ୍ର, ସଂଯୁକ୍ତା ମିଶ୍ର, ଅନୁପ୍ରିୟା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । କବି ତପସ୍ମିନୀ ପସାୟତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.