ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ସୌଜନ୍ୟରେ ଗତ ରବିବାର ସ୍ଥାନୀୟ ରାଜପୁର ଗ୍ରାମରେ ଏକ ଦିନିକିଆ ମାଗଣା ହୋମିୟ ଚିକିତ୍ସା ଓ ଦନ୍ତ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ବ୍ରହ୍ମପୁରସ୍ଥ ବିଜୁ ପଟ୍ଟନାୟକ ଭେଷଜ ମହାବିଦ୍ୟାଳୟ ତଥା ଚିକିତ୍ସାଳୟର ଡାକ୍ତରୀ ବିଶେଷଜ୍ଞ ଯୋଗଦେଇ ଶିବିରକୁ ସମ୍ପାଦନା କରିଛନ୍ତି । ଡ଼ାକ୍ତର ଶ୍ୟାମସୁନ୍ଦର ମହାରଣା, ଡ଼ାକ୍ତର ସଂସ୍କୃତି ସାହୁ, ଦନ୍ତ ଚିକିତ୍ସକ, ଡ଼ାକ୍ତର ଜ୍ୟୋତି ପି. ନାଥ, ଡ଼ାକ୍ତର ଚିଦାନନ୍ଦ ପାଣି, ଡ଼ାକ୍ତର ଜ୍ୟୋତିର୍ମୟ ଗୌଡ଼, ଡ଼ାକ୍ତର ସୁଚିତ୍ର, ଅତିଥି ଡ଼ାକ୍ତର ସମରେନ୍ଦ୍ର ସାହୁ ପ୍ରମୁଖ ଡ଼ାକ୍ତର ବିଶେଷଜ୍ଞ ଦଳ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ରୋଟାରୀ କ୍ଲବ ପ୍ରାକ୍ତନ ସଭାପତି ନିରଞ୍ଜନ ପାତ୍ରଙ୍କ ତତ୍ତ୍ୱାବଧାନରେ ଏହି ମାଗଣା ସ୍ଵାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଥିବା ବେଳେ ଛତ୍ରପୁର ରୋଟାରୀ କ୍ଲବର ବର୍ତ୍ତମାନର ସଭାପତି ଆଇନଜ୍ଞ ପଦ୍ମଚରଣ ସାହୁ, ସମ୍ପାଦକ ଡମ୍ବରୁ ଧର ସାହୁ, ଉପ-ସଭାପତି ଡ଼ଃ. ଅଜୟ କୁମାର ତ୍ରିପାଠୀ, ରୋଟାରୀୟନ୍ ରେଖା ମହାନ୍ତି ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମାଜସେବୀ ମନୋଜ କୁମାର ମିଶ୍ର, ରତ୍ନାକର ପଣ୍ଡା, ରାଜପୁର ଗ୍ରାମ ପଞ୍ଚାୟତ ଗ୍ରାମ ପଞ୍ଚାୟତ ର ସରପଞ୍ଚ ରଞ୍ଜନ ପଲେଇ, ସୁଜିତ୍ ପଟ୍ଟନାୟକ, ଗଙ୍ଗାଧର ପଲେଇ, ମଣ୍ଟୁ ଚୌଧୁରୀ ପ୍ରମୁଖଙ୍କ ସକ୍ରୀୟ ସହଯୋଗରେ ଶିବିରଟିର ସୁପରିଚାଳନା ହୋଇ ସଫଳ ହୋଇଥିବା ଜଣାଯାଇଛି ।