oom

ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଶୈବପୀଠରେ ଜାଗର ଯାତ୍ରା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଦେବାଧିଦେବ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ହୋଇପଡିଥିଲା ଶୈବପୀଠ । ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ କରି ଦିନସାରା ଉପବାସ ରହି ମଧ୍ୟରାତ୍ରରେ ମହାଦୀପ ଦର୍ଶନ କରି ଜାଗର ଜାଳି ମାନସିକ କରି ଉଜାଗର ରହିଥିଲେ ଶ୍ରଦ୍ଧାଳୁ । ରାତିରେ ମହାଦୀପ ଉଠିବା ସହ ନୀତିକାନ୍ତି ଶହ ଜାଗର ଯାତ୍ରା ପାଳନ ହୋଇଥିଲା। ମନ୍ଦିର ଚଳଚଞ୍ଚଳ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଦେଓଗାଁ ବ୍ଲକ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ସିକୁଆଁ ସହ ଦେଓଗାଁ, ସାଗରପାଲି, ନାଇକେନଶିରା, ବହଲି, ଜରାସିଂହା, କୂଲିହାବାହାଲ, ବଡବନ୍ଧ, ବନ୍ଧପଡ଼ା, କୁହିମୁଣ୍ଡା, ଖଗସିକନା, ଗୌଡ଼ଗୋଠ ସହ ବହୁ ଗାଁର ଶିବ ମନ୍ଦିରରେ ମହାଶିବରାତ୍ରି ଅବସରରେ ଜାଗର ଯାତ୍ରା ମହାସମାରୋହରେ ପାଳନ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଗାଁର ଶୈବପୀଠରେ ପ୍ରହରୀ ନାମଯଜ୍ଞ ହେଉଥିବା ଦେଖିବାକୁ ମିଳିଥିଲା ।

jittmm
Leave A Reply

Your email address will not be published.