oom

ବିଜୁ ପଟ୍ଟନାୟକଙ୍କୁ ସଚେତନ ନାଗରିକ ମଞ୍ଚର ଶ୍ରଦ୍ଧାଞ୍ଜଳି

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ମଂଚର ସାଧାରଣ ସଂପାଦକ ପି.ପି.ରାୟଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତାଗଣ ସେକ୍ଟର-୨ ଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମୃତି ଚାରଣ କରିଥିଲେ । ଶ୍ରୀ ରାୟ ଓ ଅନ୍ୟମାନେ ବିଜୁ ବାବୁଙ୍କ ସ୍ମୃତିଚାରଣ କରି କହିଲେ ଯେ, ଆଚରଣ ଓ ଉଚ୍ଚାରଣର ଅପୂର୍ବ ସମନ୍ୱୟ ରଖିଥିବା ବିଜୁ ଜଣେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବ୍ୟକ୍ତିତ୍ୱ । ସେ ଯୁଗ ଯୁଗ ଧରି ଓଡିଆ ଜାତିର ପରିଚୟ ହୋଇ ଦେଶରେ ଓ ଦେଶ ବାହାରେ ରହିଛନ୍ତି । ତାଙ୍କ ଅବଦାନକୁ ଓଡିଶାବାସୀ ଭୁଲିପାରିବେ ନାହିଁ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଚିତ୍ତରଂଜନ ଦାସ, ଉପେନ୍ଦ୍ର ନାୟକ, ହାଡିବନ୍ଧୁ ମହାପାତ୍ର, ଡାକ୍ତର ବସନ୍ତ କୁମାର ଦାସ, ରମେଶ ଚନ୍ଦ୍ର ସେଠୀ, କୈଳାଶ ଚନ୍ଦ୍ର ନାୟକ, ହରିହର ବେହେରା, ସୁବ୍ରତ କୁମାର ମଲ୍ଲିକ, ରଂଜିତ କୁମାର ମଲ୍ଲିକ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

jittmm
Leave A Reply

Your email address will not be published.