ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ ସରୋଜ ମେହେର

ପାଟଣାଗଡ଼, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପାଟଣାଗଡ ବିଧାୟକ ସରୋଜ କୁମାର ମେହେର । ଶ୍ରୀ ମେହେର ଶୋକ ପ୍ରକାଶ କରି କହିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ଶ୍ରୀ ବେହେରାଙ୍କ ଦେହାନ୍ତ ଆମ ଅଞ୍ଚଳ ପାଇଁ ଖୁବ୍‌ ଦୁଃଖଦାୟକ । ସ୍ୱର୍ଗତ ବେହେରା ଖାଲି ବଲାଙ୍ଗିର ଜିଲ୍ଲା ନୁହେଁ ସାରା ରାଜ୍ୟରେ ସେ ଥିଲେ ଜଣେ ଦକ୍ଷ ଓ ବରିଷ୍ଠ ସାମ୍ବାଦିକ । ସ୍ୱର୍ଗତ ବେହେରାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ବିଧାୟକ ଶ୍ରୀ ମେହେର ।

Leave A Reply

Your email address will not be published.