
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପୁରେନା ଗ୍ରାମର ଯୁବ ସାମ୍ବାଦିକ ନିରୋଜ କୁମାର ପାଣୀଙ୍କ ପିତା ସ୍ୱର୍ଗତ ଲଲିତ ମୋହନ ପାଣୀଙ୍କ ଶୁକ୍ରବାର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ସ୍ୱର୍ଗତ ଶ୍ରୀ ପାଣୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା । ସ୍ୱର୍ଗତ ପାଣୀ ଜଣେ ପରୋପକାରୀ, ଭୂଦାନ ସଂଗ୍ରାମ, ଗାଁର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ଜଡ଼ିତ ରହି ଜଗନ୍ନାଥ ମନ୍ଦିର ନିର୍ମାଣରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ସେ ଜଣେ ସମାଜସେବୀ ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ସେ ମାନବ ସେବା ହିଁ ମାଧବ ସେବାରେ ଜୀବନ ବ୍ୟାପୀ ବ୍ରତି ରହି ଗରିବ ରୋଗୀ ମାନଙ୍କୁ ନିଜ ଖର୍ଚ୍ଚରେ ଔଷଧ ପତ୍ର ଯୋଗାଇ ଦେଉଥିବାବେଳେ ଶିକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିଜ ଗାଁ ତଥା ସ୍କୁଲର ଉନ୍ନତି ଦିଗରେ ବେଶ୍ ଯତ୍ନବାନ ଥିଲେ । ସ୍ୱର୍ଗତ ପାଣୀ ତିନି ଦଶଦ୍ଧି ଯୁଗ ପୁରୁଷ ସମାଜସେବୀ ସାମ୍ବାଦିକ ସ୍ୱର୍ଗତ ଭଗବାନ ପାଣୀଙ୍କ ଏକ ମାତ୍ର ପୁତ୍ର ଅଟନ୍ତି । ଅନୁଷ୍ଠିତ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳି ଉତ୍ସବରେ ସାମ୍ବାଦିକ ରମେଶ ବାରିକ, ସୁରଥ ସାହୁ, ଧିରେନ ମହାନ୍ତି, ମାନସ ନାଏକ, ଗୋରେଖନାଥ ବରିହା, ଡଃ ଲମ୍ବୋଦର ପଣ୍ଡା, ସରୋଜ ସାମଲ, ଡଃ. ବିଶ୍ଵନାଥ ବେହେରା, ନୃସିଂହ ପଟ୍ଟନାୟକ, ମନୋଜ ମେହେର, ଡଃ. ବୁଲୁ ବାରିକ, ଦୁଷ୍ମନ୍ତ ଖମାରୀ, ବ୍ରଜକିଶୋର ଜେନା, ନରେନ୍ଦ୍ର ମହାନ୍ତି, ରାଜେନ୍ଦ୍ର ସେଠ, ଇନ୍ଦ୍ରଜିତ ଭୋଇ, ଡଃ. ଦେବଦତ୍ତ ମହାନ୍ତି, ବିଜୟ ମହାନ୍ତି, ଗୋପାଳ ପାଣ୍ତେ, ଦିବ୍ୟ ହଂସ, ଗୋବିନ୍ଦ ପଟେଲ, ପ୍ରଭାତୀ ପଟ୍ଟନାୟକ ପ୍ରମୁଖଙ୍କ ସହ ଗ୍ରାମବାସୀ ମାନେ ଉପସ୍ଥିତ ରହି ସ୍ମୁତି ଚାରଣ ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।