ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକସ୍ତରୀୟ ଜୁନିୟର ରେଡ୍କ୍ରସ୍ ଶିକ୍ଷା ତାଲିମ ଶିବିର ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୫୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ବିଇଓ ଚୁଡାମଣି ବାରିକ, ମୁଖ୍ୟବକ୍ତା ଚୂଳସୁନ୍ଦର ମେହେର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା, ବ୍ଲକ ଜେଆର୍ସି ସଂପାଦକ ସୁଦର୍ଶନ ମହାକୁଡ, ସଂଯୋଜକ ଲୋକନାଥ ସାହୁ ମଞ୍ଚାସୀନ ଥିଲେ । ମୁଖ୍ୟବକ୍ତା ଜେଆର୍ସି ଗଠନର ସ୍ରଷ୍ଠା ହେନେରୀ ଡୁନାନ ଏବଂ କ୍ଲାରା ବିରାଟାନଙ୍କ ସ୍ମୃତିଚାରଣ କରିଥିଲେ । ମୁଖ୍ୟ ଅଥିତି ବିଇଓ ସ୍ୱାସ୍ଥ୍ୟ, ସେବା, ବନ୍ଧୁତା ଜେଆର୍ସିର ମୁଖ୍ୟ ଲକ୍ଷ୍ୟ ବୋଲି ଆଲୋକପାତ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅଥିତି ଭାବେ ପାଇକମାଲ ସ୍ୱାସ୍ଥ୍ୟ ଅଧିକାରୀ ଅଙ୍କିତ ସାଗର ଯୋଗ ଦେଇ ସ୍ୱାସ୍ଥ୍ୟ ସେବା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ ତତ୍ ସଙ୍ଗେ ଜେଆରସି ପତାକା ଅବତରଣ କରିଥିଲେ । ବିଭିନ୍ନ ପ୍ରତିଯୋଗୀତାର ବିଜୟ ଛାତ୍ରଛାତ୍ରୀଙ୍କୁ ଟ୍ରଫି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ବିଜୟୀ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଯୋଗ ଦେବେ । ଶିକ୍ଷକ ସେବକ ସେଠ ସଭା ପରିଚାଳନା କରିଥିଲେ ।
Prev Post