ଅସହାୟ ବୃଦ୍ଧାଙ୍କ ଶବ ସତ୍କାର

ସୁନ୍ଦରଗଡ, (କେପିଏନ୍‌ଏସ୍‌) : ଆଜି ପଶ୍ଚିମ ଓଡିଶା ଯୁବାମଞ୍ଚ ଓ ଶ୍ମଶାନ ବନ୍ଧୁ ଟିମ୍‌ ଜଣେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କରିଛନ୍ତି । ହେମଗିର ବ୍ଲକ୍‌ ଅନ୍ତର୍ଗତ ମୁଣ୍ଡରଖେତ ଗ୍ରାମର ଦୁଃଖିନୀ କିସାନ (୭୫) ଭିକ୍ଷାବୃତି କରି ଚଲୁଥିଲେ । ଜୀବନର ଶେଷ ମୁହୂର୍ତରେ ଖରା, ବର୍ଷା, ଶୀତ, କାକରରେ ଗାଁ ଗାଁ ବୁଲି ଭିକ ମାଗିବା ଦେଖି ପଶ୍ଚିମ ଓଡିଶା ଯୁବାମଞ୍ଚକର୍ମକର୍ତାଙ୍କୁଙ୍କୁ ବ୍ୟଥିତ କରିଥିଲା । ବର୍ଷକ ତଳେ ସେମାନେ ତାଙ୍କୁ ଉଦ୍ଧାର କରି ସୁନ୍ଦରଗଡ ଲୁହୁରା ଢିପାସ୍ଥିତ ବରିଷ୍ଟ ନାଗରିକ ଆଶ୍ରମରେ ରହିବା ବ୍ୟବସ୍ଥା କରିଥିଲେ । ଉକ୍ତ ଆଶ୍ରମରେ ସେ ଭଲରେ ଥିଲେ । ମାତ୍ର ଆଜି ହଠାତ୍‌ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ତଳେ ପଡି ଯାଇଥିଲେ । ଆଶ୍ରମର କର୍ମକର୍ତ୍ତା ତାଙ୍କୁ ସାଙ୍ଗେ ସାଙ୍ଗେ ସୁନ୍ଦରଗଡ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପଶ୍ଚିମ ଓଡିଶା ଯୁବା ମଞ୍ଚ କର୍ମକର୍ତ୍ତା ମାନେ ଉକ୍ତ ଅସହାୟ ମହିଳାଙ୍କ ଶେଷକୃତ୍ୟ କରିଥିଲେ । ସୁନ୍ଦରଗଡର ଶ୍ମଶାନ ବନ୍ଧୁ ଟିମ୍‌ ଏହି ଶେଷକୃତ୍ୟରେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.