ସାର୍ବଜନୀନ ସେବା କେନ୍ଦ୍ରର ନେଟୱର୍କ ତିଆରି

ନୂଆଦିଲ୍ଲୀ, (ପିଆଇବି) : ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଡିଜିଟାଲ୍ ଇଣ୍ଡିଆ କାର୍ୟ୍ୟକ୍ରମ ଅଧୀନରେ ସାର୍ବଜନୀନ ସେବା କେନ୍ଦ୍ର (ସିଏସ୍ସି)ର ନେଟୱର୍କ ତିଆରି କରିଛନ୍ତି । ସିଏସ୍ସି ପ୍ରକଳ୍ପ ଗୁଡିକରେ ନାଗରିକମାନଙ୍କୁ ବିଭିନ୍ନ ସରକାରଙ୍କଠାରୁ ନାଗରିକ (ଜିଟୁସି) ଏବଂ ଅନ୍ୟ ନାଗରିକ କେନ୍ଦ୍ରିତ ଇ-ସେବା ଗୁଡିକର ବିତରଣ ନିମନ୍ତେ ସାରା ଦେଶରେ ୨.୫୦ ଲକ୍ଷ ଗ୍ରାମ ପଂଚାୟତ (ଜିପି) ଗୁଡିକରେ, ପ୍ରତ୍ୟେକରେ ଅତି କମ୍ରେ ଏକ ସିଏସ୍ସି ସ୍ଥାପନା ନିମନ୍ତେ ପ୍ରକଳ୍ପ କରାଯାଇଛି । ଏହା ଏକ ଆତ୍ମ-ପରିପୋଷଣୀୟ ଉଦ୍ୟୋଗୀ ଢାଂଚା ଅଟେ, ଯାହା ଗ୍ରାମ୍ୟସ୍ତରୀୟ ଉଦ୍ୟୋଗୀ (ଭିଏଲ୍ଇ) ମାନଙ୍କ ଦ୍ୱାରା ପରିଚାଳିତ ହେବ । ୨୮ ଫେବୃୟାରୀ ପର୍ଯ୍ୟନ୍ତ, ସାରା ଦେଶରେ ୪,୬୩,୭୦୫ କାର୍ଯ୍ୟକ୍ଷମ ସିଏସ୍ସି ରହିଛି । ପ୍ରତ୍ୟେକ ସିଏସ୍ସିରେ ପାଖାପାଖି ୪ ଜଣ ଲୋକ କାର୍ଯ୍ୟ କରୁଛନ୍ତି । ସେହି ଅନୁସାରେ, ପାଖାପାଖି ୧୫ ଲକ୍ଷ ବ୍ୟକ୍ତି ସାରା ଦେଶରେ ସିଏସ୍ସି ଗୁଡିକରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି । ଏହି ସୂଚନା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.