oom

ସାପ୍ତାହିକ ବଜାର ସ୍ଥାନାନ୍ତରଣ କଲେ ତହସିଲଦାର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ କଟକଣା, ପଞ୍ଚାୟତ ନିର୍ବାଚନ ଏବଂ ଆଜି ବରଗଡ଼ ଜିଲ୍ଲାପାଳଙ୍କ ଗାଇସିଲେଟ ଗ୍ରସ୍ତକୁ ଦୃଷ୍ଟିରେ ରଖି ଭୋର ୪ଟା ସମୟରୁ ଗାଇସିଲେଟ ତହସିଲଦାର ମନୋଜ ଦେବତା ଗୁଦେରପାଲି ଛକକୁ ପହଞ୍ଚି ସାପ୍ତାହିକ ପରିବା ବଜାରକୁ କଲେଜ ପଡିଆକୁ ସ୍ଥାନାନ୍ତରିତ କରିଥିଲେ । ପ୍ରତ୍ୟେକ ଗୁରୁବାର ଗୁଦେରପାଲି ବସଷ୍ଟାଣ୍ଡର ରାସ୍ତାର ଉଭୟ ପାଶ୍ୱର୍ରେ ପରିବା ବଜାର ବସିଆସୁଥିଲା । ଗତକାଲି ଭୋର ୪ଟା ସମୟରେ ହଠାତ୍ ଗାଇସିଲେଟ ତହସିଲଦାର ଶ୍ରୀ ଦେବତା ପହଞ୍ଚି ଚାଷୀ ଏବଂ ବ୍ୟବସାୟୀଙ୍କୁ ବୁଝାଇ ପରିବା ବଜାରକୁ କଲେଜ ପଡିଆକୁ ସ୍ଥାନାନ୍ତରିତ କରିଥିଲେ ।

jittmm
Leave A Reply

Your email address will not be published.