ବିଷାକ୍ତ ସାପ କାମୁଡାରେ ୬୦ ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ) : ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ଗ୍ରାମ ପଞ୍ଚାୟତର ଦଳୁଆସାହିରେ ବିଷଧର ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ କୁଶଙ୍ଗ ଗ୍ରାମ ଦଳୁଆସାହିର ଗୌରୀ ଜେନା (୬୦) ରାତିରେ ଖାଇ ପିଇ ଶୋଇ ଥିବା ବେଳେ ରାତି ପ୍ରାୟ ୨ ଘଣ୍ଟା ସମୟରେ ଏକ ବିଷଧର ଚିତି ସାପ କାମୁଡି ଦେଇଥିଲା । ଏହି କଥା ଜାଣିବା ପରେ ତାଙ୍କର ଝିଅ ଜ୍ୱାଇଁ ତାଙ୍କୁ ୧୦୮ ଆମ୍ବୁଲାନସ୍ ଯୋଗେ ହରଭଙ୍ଗା ଡାକ୍ତରଖାନାକୁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପୁରୁଣାକଟକ ଡାକ୍ତରଖାନାକୁ ଆଣୁଥିବା ବେଳେ ଚାରିଛକ ନିକଟରେ ମୃତ୍ୟୁବରଣ କରିଥିଲେ । ସେଠାରୁ ତାଙ୍କୁ ଫେରାଇ ଆଣି ଗାଁ ଲୋକଙ୍କ ସହାୟତାରେ ଦାହ ସଂସ୍କାର କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.