ରାଜ୍ୟସଭାରେ ନକଲି ଏସ୍‌ସି, ଏସ୍‌ଟି ଏବଂ ଜାଲଜାତି ପ୍ରମାଣପତ୍ର ଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗର୍ଜିଲେ ରାଜ୍ୟସଭା ସାଂସଦ

ଭୁବନେଶ୍ୱର : ନକଲି ଅନୁସୂଚିତ ଜାତି ଏବଂ ନକଲି ଅନୁସୂଚିତ ଜନଜାତି ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଂସଦ ନିରଞ୍ଜନ ବିଶି ରାଜ୍ୟସଭାରେ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ବିଶେଷକରି ଅନୁସୂଚିତ ଜାତି (ଏସ୍‌ସି), ଅନୁସୂଚିତ ଜନଜାତି (ଏସ୍‌ଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟ ପାଇଁ ଭାରତର ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସେମାନଙ୍କର ସାମାଜିକ ଅର୍ଥନୈତିକ ବିକାଶ ପାଇଁ ସଂରକ୍ଷଣ ସୁବିଧା ରହିଛି । ସାଂସଦ ଶ୍ରୀ ବିଶି ଉଦ୍‌ବେଗ ପ୍ରକାଶ କରିଥିଲେ ଯେ, ନକଲି ଅନୁସୂଚିତ ଜାତି ଏବଂ ନକଲି ଅନୁସୂଚିତ ଜନଜାତିର ଲୋକ ଜାଲଜାତି ପ୍ରମାଣପତ୍ର ମାଧ୍ୟମରେ ଉକ୍ତ ସମ୍ପ୍ରଦାୟର ପ୍ରାର୍ଥୀଙ୍କ ପାଇଁ ଉଦ୍ଧିଷ୍ଟ ସାମ୍ବିଧାନିକ ସୁବିଧା ସୁଯୋଗ ଅକ୍ତିଆର କରୁଛନ୍ତି । ଫଳରେ ପ୍ରକୃତ ଏସ୍‌ସି ଏସ୍‌ଟି ପ୍ରାର୍ଥୀ ଉଚ୍ଚଶିକ୍ଷା, ନିଯୁକ୍ତି, ପଦୋନ୍ନତି ଏବଂ ଲୋକ ପ୍ରତିନିଧି ପଦବୀରେ ଥିବା ସଂରକ୍ଷଣ ସୁଯୋଗରୁ ବଞ୍ଚିତ ହେଉଛନ୍ତି । ନକଲି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପ୍ରାର୍ଥୀ ମାନେ ଜାଲ ଜାତି ପ୍ରମାଣପତ୍ର ଦ୍ୱାରା ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ସୁବିଧାଗୁଡ଼ିକୁ ଉପଭୋଗ କରୁଛନ୍ତି । ନକଲି ଅନୁସୂଚିତ ଜାତି ଓ ନକଲି ଅନୁସୂଚିତ ଜନଜାତି କେବଳ ଦେଶର ଏସ୍‌ସି ଏବଂ ଏସ୍‌ଟି ସମ୍ପ୍ରଦାୟ ପାଇଁ କରାଯାଇଥିବା ସଂରକ୍ଷଣ ସୁବିଧା ଛଡ଼ାଇ ନେଉ ନାହାଁନ୍ତି ବରଂ ଏହାଦ୍ୱାରା ସାମାଜିକ ଅନ୍ୟାୟ ଏବଂ ଅସମାନତାକୁ ବୃଦ୍ଧି କରୁଛନ୍ତି ବୋଲି ସାଂସଦ ଶ୍ରୀ ବିଶି ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଜାଲ ଜାତି ପ୍ରମାଣପତ୍ର ଦ୍ୱାରା ପ୍ରକୃତ ଏସ୍‌ସି, ଏସ୍‌ଟି ପ୍ରାର୍ଥୀମାନେ ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି ଏବଂ ଦେଶର ମୂଖ୍ୟ ସ୍ରୋତରେ ସାମିଲ ହୋଇ ପାରୁନାହାନ୍ତି ।
ଏହା ବ୍ୟତୀତ, ସାଂସଦ ଶ୍ରୀ ବିଶି ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ ଭାରତର ସମ୍ବିଧାନର ଜନକ ବାବାସାହେବ ଭୀମ ରାଓ ଆମ୍ବେଦକର, ଏସସି / ଏସଟି ସମ୍ପ୍ରଦାୟ ପାଇଁ ଶିକ୍ଷା, ନିଯୁକ୍ତି, ପଦୋନ୍ନତି ଏବଂ ରାଜନୈତିକ ପଦବୀରେ ପ୍ରତିନିଧିତ୍ୱ ସକାଶେ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ଯାହା ଉକ୍ତ ସମ୍ପ୍ରଦାୟ ର ଲୋକ ଦେଶର ମୁଖ୍ୟ ସ୍ରୋତରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଥିଲା। କିନ୍ତୁ ଜାଲଜାତି ପ୍ରମାଣପତ୍ର ଦ୍ୱାରା ମୂଳ ଏସଟି ଏସସି ସମସ୍ତ ସଂରକ୍ଷଣ ସୁବିଧା ସୁଯୋଗ ରୁ ବହୁ ଦୂରରେ ରହି ଯାଉଛନ୍ତି, ଏବଂ ସମ୍ବିଧାନ ର ଲକ୍ଷ ଏବଂ ଉଧେଶ୍ୟ ପୂରଣ ହୋଇପାରୁନାହିଁ କ୍ଷତେଣୁ ଜାଲ ଜାତିସାର୍ଟିଫିକେଟ୍ ମାମଲାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ବିଶି ସରକାରଙ୍କୁ ଦାବୀ କରିଥିଲେ । ଜାଲ ଜାତି ପ୍ରମାଣପତ୍ର ଗୁଡିକୁ ରଦ୍ଧ କରିବା ସହିତ ନକଲି ଅନୁସୂଚିତ ଜାତି ଓ ନକଲି ଅନୁସୂଚିତ ଜନଜାତି ତଥା ଜକ୍ଷଲଜାତି ପ୍ରମାଣପତ୍ରଧାରୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ କରିବାକୁ ସାଂସଦ ଶ୍ରୀ ବିଶି ଦାବି କରିଛନ୍ତି। ଏହିଦ୍ୱାରା ପ୍ରକୃତ ଏସସି ଏବଂ ଏସଟି ମାନଙ୍କୁ ସେମାନଙ୍କର ସାମ୍ବିଧାନିକ ମୌଳିକ ଅଧିକାର ମିଳିବ ଏବଂ ଦେଶର ମୂଖ୍ୟ ସ୍ରୋତ ରେ ଏସସି ଏସଟି ସମ୍ପ୍ରଦାୟ ର ଲୋକ ସାମିଲ ହୋଇପାରିବେ ବୋଲି ଶ୍ରୀ ବିଶି ଦାବୀ ଉପସ୍ଥାପନ କରିଥିଲେ କ୍ଷ

Leave A Reply

Your email address will not be published.