ବିଂଶତମ ଓଡିଶା ସର୍ଜନ ଜାତୀୟ ଡାକ ପୋଷ୍ଟମ୍ୟାନ୍‌ ଏବଂ ଏମ୍‌ଟିଏସ୍‌ ସଂଘର ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ସାମ୍ବାଦିକ ଭବନଠାରେ ବିଂଶତମ ଓଡିଶା ସର୍ଜନ ଜାତୀୟ ଡାକ ପୋଷ୍ଟମ୍ୟାନ୍‌ ଏବଂ ଏମ୍‌ଟିଏସ୍‌ ସଂଘର ସମ୍ମିଳନୀ ସର୍କଲ ଉପସଭାପତି ସଂଗ୍ରାମ କିଶୋର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବଲାଙ୍ଗିର ଡାକ ମଣ୍ଡଳ ଅଧିକ୍ଷକ ସର୍ବେଶ୍ୱର ବଲିଆର ସିଂହ ଯୋଗଦେଇ ଡାକ ବିଭାଗର ଅତ୍ୟାଧୁନିକ କାର୍ଯ୍ୟକଳାପ ଉପରେ ସୁପରାମର୍ଶ ଦେବା ସହିତ ବଲାଙ୍ଗିର ଡାକ ମଣ୍ଡଳକୁ ଏକ ସୁଙ୍ଗଠିତ ପରିବାର ହିସାବରେ ଗଢ଼ିବା ପାଇଁ ଅଭିଭାଷଣରେ କହିଥିଲେ । ଏଥିରେ ମୁଖ୍ୟ ବକ୍ତା ପୂରାତନ ଓଡିଶା ସର୍କଳ ସଂଘର ସମ୍ପାଦକ ଦାମୋଦର ମିଶ୍ର, ସମ୍ମାନିତ ଅତିଥି ଓଡିଶା ସର୍କଳର ସହ-ସମ୍ପାଦକ ଅନଳ କୁମାର ଚୌଧୁରୀ, ବଲାଙ୍ଗିର ମଣ୍ଡଳର ସମ୍ପାଦକ ବୃଷଭ ସା, ଓଡିଶା ସର୍କଳ ସଂଘର ସମ୍ପାଦକ ଲମ୍ବୋଦର ରାଉତ ମଧ୍ୟ ସଂଘର ସୃୁଦୃଢ଼ତା ଏବଂ ଉପକାରିତା ଉପରେ ଅଭିଭାଷଣ ଦେଇଥିଲେ । ସମସ୍ତ କର୍ମି ମାନଙ୍କର ସହମତି କ୍ରମେ ସଭାପତି ଭାବେ ସଂଗ୍ରାମ କିଶୋର ବିଶ୍ୱାଳ ଓ ସମ୍ପାଦକ ଭାବେ ଚନ୍ଦ୍ରମଣୀ ମେହେର ଚୟନ ହୋଇଥିଲେ । ମଞ୍ଚକୁ ପଦ୍ମନାଭ ବାରିକ ଏବଂ ଅଶୋକ କୁମାର ବାଗ ଅତି ସୁନ୍ଦର ଭାବରେ ସଂଚାଳନ ଓ ପରିଚାଲନା କରିଥିଲେ । ଶେଷରେ ଜ୍ୟୋତି ରଞ୍ଜନ ଗୁରୁଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ଓଡିଶା ରାଜ୍ୟର ବିଭିନ୍ନ ଡାକ ମଣ୍ଡଳର କର୍ମକର୍ତ୍ତାମାନଙ୍କ ସହିତ ସଭ୍ୟମାନେ ଯୋଗଦାନ କରି ସମ୍ମିଳନୀକୁ ସାଫଳ ମଣ୍ଡିତ କରିଥିଲେ । ସମ୍ମଳନୀକୁ ପରିଚାଳନା କରିବାରେ ସଂଜିବ କୁମାର ତ୍ରିପାଠୀ, ବିଶ୍ୱଜିତ ତ୍ରିପାଠୀ ଏବଂ ଦେବରାଜ ବୁଡେକଙ୍କ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.