ls

ମହିଳା କୃଷି ଉଦ୍ୟୋଗୀ ସନ୍ଧ୍ୟାରାଣୀ କୁମାର ସମ୍ବର୍ଦ୍ଧିତ

sb

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ନାବାର୍ଡ଼ର ୪୦ତମ ପ୍ରତିଷ୍ଠା ଦିବସ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଭର୍‌ଚୁଆଲ ମୋଡ଼ରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟର ୩୦ଗୋଟି ଜିଲ୍ଲାରୁ ଜଣେ ଲେଖାଏଁ ଅଗ୍ରଣୀ ଚାଷୀମାନଙ୍କୁ ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ ପୁରସ୍କୃତ କରିଥିଲେ । ବରଗଡ଼ ଜିଲ୍ଲାର ମହିଳା ଅଗ୍ରଣୀ ଚାଷୀ ସନ୍ଧ୍ୟାରାଣୀ କୁମାରଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ବରଗଡ଼ ବ୍ଲକ ଅନ୍ତର୍ଗତ ପିପିଲି ପାଲି ଗ୍ରାମ ନିବାସୀ ସନ୍ଧ୍ୟାରାଣୀ ଗୋପାଳନ, କୁକୁଡ଼ା ପାଳନ, ଛତୁ ଚାଷ ଓ ମାଛ ଚାଷ କରି ନିଜେ ସ୍ୱାବଲମ୍ବୀ ହୋଇଛନ୍ତି । ନାବାର୍ଡ଼ ଓଡିଶା ଜରିଆରେ ସେ ଏ ଦିଗରେ ତାଲିମ ମଧ୍ୟ ଗ୍ରହଣ କରିଥିଲେ । ବରଗଡ଼ ଏନ୍‌ଆଇସି ଠାରେ ଏହି ପ୍ରତିଷ୍ଠା ଦିବସ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ନାବାର୍ଡ଼ର ଜିଲ୍ଲା ବିକାଶ ପ୍ରବନ୍ଧକ ହଟ କିଶୋର ବେହେରା ଉପସ୍ଥିତ ଥିଲେ । ଏହି ଅବସରରେ ନିଉ ଲାଇଫ ଫାଉଣ୍ଡେସନ ତରଫରୁ ସଂସ୍ଥାର ଚେୟାରମ୍ୟାନ କଳାକାହ୍ନୁ ଦୀପ ଓ ତାଙ୍କର କର୍ମକର୍ତାଙ୍କ ଦ୍ୱାରା ଶ୍ରୀମତୀ ସନ୍ଧ୍ୟାରାଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଧନରାମ ନାଗ ଓ ରଞ୍ଜନା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.