ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶିଷ୍ଟ ସମାଜସେବୀ, ଜଗନ୍ନାଥପ୍ରେମୀ, ସାଧୁବାଦୀ ଧର୍ମପରାୟଣ ବ୍ୟକ୍ତି ମହାରାଜ କୃଷ୍ଣ ଚନ୍ଦ୍ର ନାୟକ (ପୁରୀ) ଙ୍କୁ ତାଙ୍କରି ଆଦର୍ଶ ଓ କର୍ତ୍ତବ୍ୟନିଷ୍ଠା, ଧାର୍ମିକ ପରମ୍ପରା ଓ ସମାଜସେବାରେ ଉଲ୍ଲେଖନୀୟ ଭୂମିକାକୁ ପ୍ରତିପାଦିତ କରି ମାନପତ୍ର ସହ ଉପଢୌକନ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନର ସାଧାରଣ ପରିଷଦ ବୈଠକ ଛତ୍ରପୁର ନିକଟସ୍ଥ ମା’ ରାମଚଣ୍ଡୀ ପୀଠରେ ଜିଲ୍ଲା ସଭାପତି ସଦାଶିବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ରାଜ୍ୟ ସାମ୍ବାଦିକ ୟୁନିୟନର ସଭାପତି ପ୍ରସନ୍ନ ମହାନ୍ତି ପ୍ରମୁଖ ଯୋଗଦେଇ ଉକ୍ତ ଭବ୍ୟ ମଞ୍ଚରେ ସ୍ୱତନ୍ତ୍ର ଭାବେ ମହାରାଜ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଶ୍ରୀ ମହାରାଜାଙ୍କୁ ବିଭିନ୍ନ ମହଲରେ ସାଧୁବାଦର ସହ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ମହାରାଜ କୃଷ୍ଣ ଚନ୍ଦ୍ର ନାୟକ ଜଗନ୍ନାଥ ଧାମ ପୁରୀରେ ଅବସ୍ଥାନ କରୁଥିବା ବେଳେ ଛତ୍ରପୁର ନିକଟସ୍ଥ ମା’ ରାମଚଣ୍ଡୀ ପୀଠରେ ଉପଦେଷ୍ଟା ମଣ୍ଡଳୀ କମିଟିର ପ୍ରମୁଖ ଉପଦେଷ୍ଟା ଭାବେ ଅବସ୍ଥାପିତ ଥାଇ ମହାନ୍ ଧାର୍ମିକ ପରମ୍ପରା ସେବା ପ୍ରଦାନ କରି ଆସୁଛନ୍ତି ବୋଲି ଜଣାଯାଇଛି ।