
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସୁଛି ପଞ୍ଚାୟତ ନିର୍ବାଚନ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର । କେଉଁ ପ୍ରାର୍ଥୀ ସୋସିଆଲ ମିଡ଼ିଆରେ ପ୍ରଚାର କରୁଥିବା ବେଳେ କେଉଁ ପ୍ରାର୍ଥୀ ଘରଘର ବୁଲି ପୁସିଂ କାର୍ଡ ଦେଇ ଭୋଟରଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗୁଦେରପାଲି, ବେହେରାବାହାଲି, ଜାମୁଟପାଲି ଏବଂ ରେଙ୍ଗାଲପାଲି ଚାରି ଖଣ୍ଡ ଗାଁକୁ ନେଇ ଗଠିତ ଗୁଦେରପାଲି ଗ୍ରାମ ପଞ୍ଚାୟତ । ଭୋଟ ସଂଖ୍ୟା ମହିଳା ୧୨୨୨ ଏବଂ ପୁରୁଷ ୧୩୦୨ ସର୍ବମୋଟ ୨୫୨୪ । ପାଞ୍ଚ ଜଣ ସରପଞ୍ଚ ପ୍ରାର୍ଥୀଙ୍କ ଭିତରେ ପ୍ରତିଦ୍ୱନ୍ଦୀ ହେଵାବେଳେ ସାମ୍ବାଦିକ ରିଙ୍କୁ ଦେବତା ଅନ୍ୟ ଦୁଇଜଣ ପ୍ରତିଦ୍ୱନ୍ଦିଙ୍କ ସହିତ ସମିତି ସଭ୍ୟ ପ୍ରାର୍ଥୀ ଭାବରେ ଲଢେଇ କରୁଛନ୍ତି । ଗତକାଲି ସାମ୍ବାଦିକ ରିଙ୍କୁ ଦେବତା ବେହେରାବାହାଲି ଗାଁକୁ ପ୍ରଚାର କରିବା ପାଇଁ ଯାଇଥିଲେ ଏବଂ ସେହି ଗାଁର ଶତାୟୁ ମହିଳା ଶ୍ରୀତୁଲା ବରିହାଙ୍କ ସହିତ ସାକ୍ଷାତ କରି ତାଙ୍କ ସହିତ କିଛି ସମୟ ଗାଁର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଶତାୟୁ ମହିଳା ମଧ୍ୟ ଖୁସି ହୋଇ ସାମ୍ବାଦିକ ରିଙ୍କୁ ଦେବତାଙ୍କୁ ଆର୍ଶିବାଦ କରିଥିଲେ ।