ପଦ୍ମପୁର, (ନିରୋଜ କୁମାର ପାଣୀ) : ସମସ୍ୟା ଘେରରେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଭେରୁଆମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଥିବା ବେଳେ ୧୬୦ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ହେଲେ ଶ୍ରେଣୀ କୋଠରୀ ଅଭାବରୁ ୪ଟି କୋଠରୀରେ ପାଠପଢା ଚାଲିଛି । ପ୍ରତି ଶ୍ରେଣୀ କୋଠରୀରେ ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି ଯାହା ଶିକ୍ଷାଦାନ ଓ ଶିକ୍ଷଣୀୟ କ୍ଷେତ୍ରରେ ବାଧା ଉପୁଜିଛି । ଠିକାଦାର କିମ୍ବା ପ୍ରଶାସନର ଅବହେଳା ପାଇଁ ଶ୍ରେଣୀ କୋଠରୀ ଏକ ବର୍ଷ ହେଲା ପଛେ ଏଯାଏଁ ସମ୍ପୂର୍ଣ୍ଣ ହୋଇନାହିଁ, ଯାହା ଏମିତି ପଡ଼ିରହିଛି ବୋଲି ଲୋକଙ୍କ ମଧ୍ୟୋ ପ୍ରଶ୍ନବାଚୀ ହେଉଛି । ଅନ୍ୟପଟେ ବିଦ୍ୟାଳୟରେ ୧୬୦ ଜଣ ଛାତ୍ରଛାତ୍ରୀ ଥିବାବେଳେ ଶିକ୍ଷକ ଅଛନ୍ତି ୫ଜଣ ବିଶେଷକରି ଛାତ୍ରୀମାନଙ୍କ ପାଠ ପଢିବା ବେଳେ ତଥା ଅନ୍ୟାନ ସମସ୍ୟାମାନ ଆସିଲେ ସେଇଟା ବୁଝିବା ପାଇଁ ଜଣେ ବି ଶିକ୍ଷୟିତ୍ରୀ ନାହାନ୍ତି ଯାହାକି ସମସ୍ୟା ସୃଷ୍ଟି ହୋଉଛି । ଏନେଇ ପରିଚାଳନା କମିଟି କତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଜଣେ ଶିକ୍ଷୟିତ୍ରୀ ଦେଉନାହାନ୍ତି । ଏଥିପ୍ରତି ଅତିରିକ୍ତ ଶ୍ରେଣୀ କୋଠରୀ ଶୀଘ୍ର ନିର୍ମାଣ ଓ ଜଣେ ଶିକ୍ଷୟିତ୍ରୀ ନିୟୋଜିତ ନକଲେ ଆଗାମୀ ଦିନରେ ତାଲା ବନ୍ଦ କରି ଧାରଣାରେ ବସିବେ ବୋଲି ପରିଚାଳନା କମିଟି ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
Next Post