tur
shyamlal

ଜିଲ୍ଲାର ଏକମାତ୍ର ବୌଦ୍ଧପୀଠ ଯୋଗୀଯୋଗୀଆଣି ଠାରେ ସନ୍ଥ ସମାବେଶ

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲାର ଏକମାତ୍ର ବୌଦ୍ଧପୀଠ ଭାବେ ପରିଚିତ କୋଶକା ପଞ୍ଚାୟତ ଅଧିନ ଯୋଗୀଯୋଗୀଆଣି ପୀଠ ପରିସରରେ ବର୍ଷ ଆରମ୍ଭ ଅବସରରେ ସାଧୁସନ୍ଥ ମେଳା ଅନୁଷ୍ଠିତ ହୋଇଯାଇଛି । ପୀଠାଧିଶ ସାଧୁ ଚନ୍ଦ୍ର ପ୍ରକାଶ ଦାଶଜୀ ମହାରାଜଙ୍କ ତତ୍ୱାବଧାନରେ ଆୟୋଜିତ ମେଳାରେ ରାଜ୍ୟର କୋଣ ଅନୁକୋଣରୁ ବହୁ ସାଧୁସନ୍ଥ ଯୋଗ ଦେଇଥିଲେ । ରାମଚନ୍ଦ୍ରପୁର ଗ୍ରାମ ସମେତ ଅନ୍ୟ ଗ୍ରାମବାସୀ ଏବଂ ଯୋଗୀଯୋଗୀଆଣି ଉନ୍ନୟନ ପରିଷଦର କର୍ମକର୍ତ୍ତାଙ୍କ ସହଯୋଗରେ ଆୟୋଜିତ ମେଳାରେ ଆଖପାଖ ଗ୍ରାମରୁ ପ୍ରାୟ ଦଶ ହଜାରରୁ ଅଧିକ ଜନସାଧାରଣଙ୍କ ସମାଗମ ହୋଇଥିଲା । ଅତିଥି ଭାବେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ଯୋଗ ଦେଇଥିଲେ । ଏହି ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ, ନାମ ସଂକୀତ୍‌ର୍ତ୍ତନ, ଅଖଣ୍ଡଳ ପ୍ରଜ୍ୱଳନ ଓ ବେଢା ପରିକ୍ରମା ଆଦି କାର୍ଯ୍ୟ ହୋଇଥିଲା । ସାଧୁସନ୍ଥଙ୍କ ମେଳା ଅବସରରେ ଘଞ୍ଚ ବନାନୀ ଓ ପାହାଡର ପାଦଦେଶରେ ଅବସ୍ଥିତ ବୌଦ୍ଧପୀଠ ପରିସର ଉତ୍ସବ ମୁଖର ହୋଇଉଠିଥିଲା । ପ୍ରକାଶ ଯୋଗ୍ୟ ଯେ, ଯୋଗୀଯୋଗୀଆଣି ବୌଦ୍ଧପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପ୍ରଦାନ କରିଥିଲେ ହେଁ ଏ ପର୍ଯ୍ୟନ୍ତ ଉକ୍ତ ପୀଠର ବିକାଶ ଦିଗରେ ଧ୍ୟାନ ଦେଉନଥିବାରୁ ଏବେ ବି ଉକ୍ତ ପୀଠଟି ଅବହେଳିତ ଅବସ୍ଥାରେ ପଡିରହିଛି ।

Leave A Reply

Your email address will not be published.