ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମଣ୍ଡଳର ସର୍ବପୁରାତନ ମହତାବ ଉଚ୍ଚ ବିଦ୍ୟାଳୟ ୧୯୬୭ ମାଟ୍ରିକ ଛାତ୍ରଙ୍କ ସ୍ମୃତିରୋମନ୍ଥନ ଓ ପାରସ୍ପରିକ ଭାବ ବିନିମୟ ସମାବେଶ ପ୍ରସିଦ୍ଧ ଗଡ଼ଚଣ୍ଡୀ ମଣ୍ଡପ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ନିର୍ଦ୍ଦେଶ ଡା. ସନ୍ତୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଛାତ୍ର ତଥା ଅବସରପ୍ରାପ୍ତ ବ୍ୟାଙ୍କ୍ ପ୍ରବନ୍ଧକ ପ୍ରକାଶ କୁମାର ରଥ, ପଦ୍ମଚରଣ ହାତୀ, ଡାକ ବିଭାଗ ଅଧିକାରୀ କମଳାକାନ୍ତ ମହାପାତ୍ର, ସୁଦର୍ଶନ ରାଉତ, ଅବସରପ୍ରାପ୍ତ ରେଳ ଅଧିକାରୀ ରମେଶ ଚନ୍ଦ୍ର ରାୟ, ଶିକ୍ଷାବିତ୍ ଉଲ୍ଲାସ ପାଟ୍ଟଶାଣୀ, ପ୍ରମୋଦ କୁମାର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ସମାଜସେବୀ ଗୋବିନ୍ଦ ଦାଶ, କାଶୀନାଥ ପଣ୍ଡା, ବେଣୁଧର ରାଉତରାୟ, ଚନ୍ଦ୍ରଶେଖର ପଲେଇ, ଭଗବାନ ମଣ୍ଡଳ, ପ୍ରଶାନ୍ତ ମହାରଣା, ଶ୍ରୀଧର ଦାସ, ବିଦ୍ୟାଧର ବଳବନ୍ତରାୟ, ପ୍ରହଲ୍ଲାଦ ଜେନା, ଦିବାକର ରଣସିଂହ, ରାମଚନ୍ଦ୍ର ସଁ, ରାମଚନ୍ଦ୍ର ଦାସ, ବଳରାମ ଶ୍ରୀଚନ୍ଦନ, ଦେବରାଜ ପଟ୍ଟାନୟକ, ଶରତ ଚନ୍ଦ୍ର ହରିଚନ୍ଦନ ପ୍ରମୁଖ ଦିବଂଗତ ଶିକ୍ଷକ ଓ ସହପାଠୀମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଛାତ୍ର ଜୀବନର ସ୍ମୃତି ରୋମନ୍ଥନ କରିବା ସହ ଆର୍ଥିକ ଦୁର୍ବଳ ଶ୍ରେଣୀ ସହପାଠୀଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ପ୍ଲାଷ୍ଟିକ୍ ବର୍ଜନ ଓ ଚାରା ରୋପଣ କ୍ଷେତ୍ରରେ ସହଭାଗିତା ଦେବା ପାଇଁ ପୁରାତନ ଛାତ୍ରବନ୍ଧୁମାନେ ମତପ୍ରକାଶ କରିଥିଲେ । କମଳାକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।