jayashree

ପାଟଣାର ପ୍ରମୁଖ ଶୈବ ପୀଠ ଚଳଚଞ୍ଚଳ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ମହାଶିବରାତ୍ରି ପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି । ସକାଳୁ ମୁଖ୍ୟାଳୟ ପୁରାତନ ଶୈବ ପୀଠ ଆନନ୍ଦେଶ୍ୱର ଶିବ ମନ୍ଦିର, ବୈତରଣୀ ତଟ ପରମେଶ୍ୱର ମହାଦେବ, ସ୍ବାମଶାସନ ସ୍ଥିତ ସୋମେଶ୍ୱର ମହାଦେବ ମନ୍ଦିର, ସାହାରପଡା ମୁଖ୍ୟାଳୟସ୍ଥିତ ସର୍ବେଶ୍ୱର ଶିବ ମନ୍ଦିର, ତୁରୁମୁଙ୍ଗାସ୍ଥିତ ଗିରିଜା ଶଙ୍କର ଓ ମଲ୍ଲୀପଶି ସ୍ଥିତ ମଲ୍ଲିକେଶ୍ୱର ମନ୍ଦିରରେ ଜାଗର ପାଇଁ ଭକ୍ତଙ୍କ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି । ଶୃଙ୍ଖଳା ଦର୍ଶନ ଲାଗି ଆଦିତ୍ୟ ବାହିନୀ, ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ ଓ ଡ୍ରାଇଭର ସଂଘ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.