ଜାଗର ପାଇଁ ଚଳଚଞ୍ଚଳ ହୋଇ ଉଠିଛି କାଶୀପୁର ବ୍ଲକର ବିଭିନ୍ନ ଶୈବପୀଠ

କାଶୀପୁର : ପବିତ୍ର ମହାଶିବରାତ୍ରିର ଜାଗର ଯାତ୍ରା ପାଳନ ପାଇଁ କାଶୀପୁର ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଶିବ ମନ୍ଦିର ଚଳଚଞ୍ଚଳ ହୋଇଛି ।ବ୍ଲକର ୧୬ରୁ ଅଧିକ ସ୍ଥାନରେ ଶିବ ମନ୍ଦିର ରହିଛି । ବ୍ଲକ ସଦରର ଚମ୍ପା ଫୁଲ ତୋଟା ମଧ୍ୟରେ ଥିବା ଶିବ ମନ୍ଦିରରେ ନୀଳ କଣ୍ଠେଶ୍ୱର, ଦୁଦୁକା ବାହାଲରେ ପାତାଳେଶ୍ୱର, ଟିକିରିରେ କାଶୀ ବିଶ୍ୱନାଥ, ପୋଡ଼ାପାଡ଼ିରେ ଧବଳେଶ୍ୱର, ଡ଼ଙ୍ଗାସିଲରେ ଝାଡେଶ୍ୱର, ମଲ୍ଲି ଝରଣରେ ମଲ୍ଲିକେଶ୍ୱର, ସୁଙ୍ଗେରରେ ମହାଦେବ ନାମରେ ପୂଜା ଆରାଧନା କରାଯାଉଛି ।

ସେହିପରି ହରିଦାଶପୁର, ଡ଼ି କରଳ, ଉତ୍କଳ ଆଲୁମିନାଟାଉନ ସିପ, ହାଡ଼ି ଗୁଡ଼ା, ଲଛୁଗୁଡ଼ା, ରେଙ୍ଗା, ଗୋତି ଗୁଡ଼ା, ଚନ୍ଦ୍ର ଗିରି, ମାଣ୍ଡି ବିଶି, ଗୋଡ଼ି ବାଲି, ଶଙ୍କରଡ଼ା, ପଞ୍ଚାଳି ଭଳି ସ୍ଥାନରେ ଶିବ ମନ୍ଦିର ରହିଛି । ଏହି ସବୁ ସ୍ଥାନରେ ଶିବ ରାତ୍ରି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Leave A Reply

Your email address will not be published.