ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସହାୟତା ରାଶି ପାଇଁ ଦାବୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ କିଛି ଦିନ ମଧ୍ୟରେ ଅନେକ ସଡକ ଦୁର୍ଘଟଣା ଘଟିଛି । ଏମିତିକି ଗତ ମଙ୍ଗଳବାର ଦିନ ଟିଟିଲାଗଡ ପୋଲିସ ଷ୍ଟେସନ ନିକଟରେ ଏକ ସଡକ ଦୁର୍ଘଟଣାରେ ଗୋଟିଏ ବୋଲେରୋ ପିକ ଅପ୍ ଗାଡ଼ି ମାଡ଼ିଯିବାରୁ ଅନେକ ଲୋକ ଆଘାତ ହେବା ସହ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ମୃତ ବୃଦ୍ଧା ଜଣକ (ଇଚ୍ଛା ବାଗ, ବୟସ – ୭୦) ଅନ୍ୟ ଘରେ କାମ କରି ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । ପରିବାରରେ ତାଙ୍କର ଦୁଇଟି ଛୋଟ ଛୋଟ ନାତୁଣୀ ଓ ଗୋଟିଏ ଛୋଟ ନାତି ଥିବା ବେଳେ ଆୟର ଅନ୍ୟ କୌଣସି ମାଧ୍ୟମ ନାହିଁ । ତେଣୁ ଟିଟିଲାଗଡ ଭାଜପା ଓ ନାରୀ ଦ ଭଏସ ଅଫ ଓମେନ୍ ତରଫରୁ ଭାଜପା ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ ଉପ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ସେହି ସମୟରେ ଭାଜପାର ଆଲୋକ ନାୟକ, ନରସିଂହ ସିଂ, ରାଜ ନାୟକ, ଅଞ୍ଜଳି ବେହେରା, ସୁଜାତା ଖୋସଲା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.