csstore

କଲେଜରେ ପାଠ ପଢିବା ପାଇଁ ଗରିବ ଆଦିବାସୀ ଛାତ୍ରୀଙ୍କୁ ସହାୟତା ଦେଲା ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଂଚାୟତ ଗୋବିନ୍ଦପୁର ଗ୍ରାମର ସ୍ୱର୍ଗତ ଚିତ୍ରସେନ ଭୋଇଙ୍କ ଝିଅ ଜ୍ୟୋତ୍ସ୍ନା ଭୋଇଙ୍କୁ କଲେଜରେ ପାଠ ପଢ଼ିବା ପାଇଁ ସହାୟତା ପ୍ରଦାନ କରିଛି ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ । ସୂଚନାଯୋଗ୍ୟ ଯେ, ବଙ୍ଗୋମୁଣ୍ଡା ପଂଚାୟତ ସମିତି କଲେଜରେ ନାମ ଲେଖାଇବା ପାଇଁ ଜ୍ୟୋତ୍ସ୍ନା ସକ୍ଷମ ହୋଇନଥିବା ବେଳେ ଏଥିରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ଛାତ୍ରୀଙ୍କୁ ୧ ହଜାର ଟଙ୍କାର ସହାୟତା କରାଯାଇଛି । ଜ୍ୟୋତ୍ସ୍ନାଙ୍କ ପିତା ଗତ କିଛି ବର୍ଷ ତଳେ ଆରପାରିକୁ ଚାଲି ଯାଇଥିବା ବେଳେ ପରିବାରରେ ମାଆ ଓ ଭଉଣୀ ଅଛନ୍ତି । ସେ ବଙ୍ଗୋମୁଣ୍ଡା ଯୁକ୍ତ ଦୁଇ ଜୁନିୟର ବିଦ୍ୟାଳୟରେ ପାଠ ପଢିବା ପାଇଁ ଅସମର୍ଥ ଥିବା ଯୋଗୁଁ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ଯୋଗାଯୋଗ କରି ଗରିବ ଆଦିବାସୀ ଝିଅ କିପରି ମାଗଣାରେ ନାମ ଲେଖାଇବ, ସେ ସଂପର୍କରେ ଆଲୋଚନା କରିଥିଲେ । ଆଦିବାସୀ ଗରିବ ଝିଅଙ୍କୁ ନାମ ଲେଖାଇ ଦିଆଯିବ ବୋଲି କଲେଜ କର୍ତ୍ତୃପକ୍ଷ ମଧ୍ୟ କହିଛନ୍ତି । ଏହି ସହାୟତା ଦେବା ସମୟରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ସଭାପତି ସୁରେଶ ଭୋଇ, ବ୍ଲକ ସଭାପତି ବ୍ରଜ ଭୋଇ, ବ୍ଲକ ସଂଯୋଜକ ତୁଲସୀରାମ ଭୋଇ, ସମ୍ପାଦକ ଧନୁର୍ଯ୍ୟ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହିଭଳି ଗରିବ ଛାତ୍ରୀଙ୍କୁ ସହାୟତା କରିଥିବାରୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଉଛି ।

jayashree
Leave A Reply

Your email address will not be published.