ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୬ ଓ ୨୭ ତାରିଖରେ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ଏକ ମଡେଲିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ହାତିଶାଳପଡା ନିବାସୀ ସାବିତ୍ରୀ କୁମ୍ଭାର ଭାଗ ନେଇ ସଫଳତା ହାସଲ କରିଛନ୍ତି । ଦିଲ୍ଲୀରେ ଅନୁଷ୍ଠିତ ଏହି ମଡେଲିଂ ପ୍ରତିଯୋଗିତାରେ ଓଡିଶାରୁ ସାବିତ୍ରୀ କୁମ୍ଭାର ଏକମାତ୍ର ପ୍ରତିଯୋଗି ଭାବେ ଭାଗ ନେବାର ସୁଯୋଗ ପାଇଥିଲେ । ଏଥିରେ ବିଭିନ୍ନ ରାଜ୍ୟର ୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରତିଭା ରାଉଣ୍ଡରେ ସମ୍ବଲପୁରୀ ନାଚ ସମସ୍ତଙ୍କର ପସନ୍ଦ ହୋଇଥିଲା । ଶେଷ ରାଉଣ୍ଡରେ ସର୍ବଶ୍ରେଷ୍ଠ ୫ ପ୍ରତିଦ୍ୱନ୍ଦୀମାନଙ୍କ ମଧ୍ୟରୁ ସାବିତ୍ରୀ କୁମ୍ଭାର ପ୍ରଥମ ସ୍ଥାନରେ ବିଜେୟୀ ଘୋଷିତ ହୋଇଥିଲେ । ମଡେଲିଂ ଦିଗରେ ଯେଉଁଭଳି ଆଗକୁ ଅତ୍ୟାଧୁନିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଗ୍ରହଣୀୟ ହୋଇପାରିବ ସେ ନିମନ୍ତେ ବର୍ତ୍ତମାନ ଠାରୁ ପ୍ରୟାସ କରିବି ବୋଲି ସାବିତ୍ରୀ କୁମ୍ଭାର କହିଛନ୍ତି ।
Prev Post