oom

ନିଟ୍‌ରେ ବଲାଙ୍ଗିରର ସ୍ମରଣୀକାଙ୍କ ସଫଳତା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଟିକ୍ରାପଡାର ଝିଅ ସ୍ମରଣୀକା ସାହୁ(ଚିନୁ) ଚଳିତ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରି ଅଂଚଳ ତଥା ସମାଜକୁ ଗୌରବାନ୍ୱିତ କରିଛନ୍ତି । ସ୍ମରଣୀକା ସର୍ବଭାରତୀୟ ସ୍ତରରେ ନିଟ୍‌ ୨୦୨୦ରେ ମୋଟ ୬୦୪ ନମ୍ବର ରଖି ସର୍ବ ଭାରତୀୟ ରେଙ୍କ୍‌ ୧୮୧୦୬ ଓ ଓବିସି କେଟାଗୋରି ରେଙ୍କ ୭୧୬୮ରେ ରହି ସଫଳତା ହାସଲ କରିଛନ୍ତି । ସେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଦମପଡା, ବଲାଙ୍ଗିରରୁ ଦଶମ ଶ୍ରେଣୀରେ ୯୩.୫ ପ୍ରତିଶତ ନମ୍ବର ରଖିଥିବା ବେଳେ ଯୁବୋଦୟ କଲେଜରେ ବଲାଙ୍ଗିର ଯୁକ୍ତ ୨ ପଢି ନିଟ୍‌ ପରୀକ୍ଷା ପ୍ରସ୍ତୁତି ପାଇଁ ଯୁବୋଦୟ ଏଡ୍‌ଭାନ୍ସ କ୍ଲାସେସ, ଭୁବନେଶ୍ୱର ଅଧ୍ୟୟନ କରୁଥିଲେ । ସ୍ମରଣୀକା ଡାକ୍ତର ହୋଇ ଜାତି, ସମାଜ ଓ ଦେଶର ସେବା କରିବା ଲକ୍ଷ୍ୟ ନେଇ ତାଙ୍କ କୃତିତ୍ୱ ପାଇଁ ମା’, ବାପା ଓ ଭଗବାନଙ୍କ ଆଶିର୍ବାଦ ହିଁ ଆଗକୁ ଏତେ ବାଟ ନେଲା ବୋଲି କହି ଯୁବୋଦୟ କଲେଜର ଶିକ୍ଷକମାନଙ୍କୁ ଠାରେ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ପିତା ରାମେଶ୍ୱର ସାହୁ, ମାତା ପ୍ରଭାତି ସାହୁ ତଥା ସ୍ୱର୍ଗତ କ୍ଷମାନିଧି ସାହୁଙ୍କ ନାତୁଣୀ ସ୍ମରଣୀକାଙ୍କ ସଫଳତାରେ ବିଭିନ୍ନ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ବଲାଙ୍ଗିର ଜିଲ୍ଲା ଗୁଡିଆ ସମାଜର ସଭାପତି ମନୋରଂଜନ ସାହୁ ମଧ୍ୟ ସମାଜ ତରଫରୁ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

jittmm
Leave A Reply

Your email address will not be published.