ବିଶ୍ଵ ଜନସଂଖ୍ୟା ସଚେତନତା ରଥ ଉଦ୍‌ଘାଟିତ

ପାଟଣା : ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ବିଶ୍ୱ ଜନସଂଖ୍ୟା ସଚେତନତା ରଥ ବ୍ଲକ ଅଞ୍ଚଳ ପରିକ୍ରମା ଆରମ୍ଭ କରିଛି । ଆଜି ଏହି ରଥକୁ ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷ ଡ. ଶୁଭେନ୍ଦୁ ସାଗର କୁମାର ନାଏକ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼. ଭାଗ୍ୟଶ୍ରୀ ପରିଡ଼ା ପତାକା ହଲାଇ ଉଦ୍‌ଘାଟନ କରିଛନ୍ତି । ଉଦ୍‌ଘାଟନ ପର୍ବରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ସରୋଜିନୀ ସେଠୀ, ବିଡିଏମ ରଞ୍ଜିତା ମହାନ୍ତ, ଏସଏ ଭାଗିରଥି ବେହେରା, ଭିବିଡିଟିଏସ ଜଗନ୍ନାଥ ସାହୁ, ବିଏନଏଲଡବଲ୍ୟୁ ପ୍ରଦୀପ କୁମାର ଦାଶ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ । ଏହି ରଥ ବ୍ଲକ ଅଞ୍ଚଳରେ ଜନସଂଖ୍ୟା ସ୍ଥିରତା ପାଇଁ ପରିବାର ନିୟୋଜନର ବିଭିନ୍ନ ପ୍ରକାର ପଦ୍ଧତି ଆପଣାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.