
ଦେଓଗାଁ, (କେପିଏନ୍ଏସ୍) : ଦେଓଗାଁ ରେଞ୍ଜ ର ରତନପୁର ଭିଏସ୍ଏସ୍ରେ ଏକ ଭିଏସ୍ଏସ୍ ବିଲ୍ଡିଂର ଉଦଘାଟନ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ମେସିନ୍ ଏବଂ ଲଜିଷ୍ଟିକ୍ ସାମଗ୍ରୀ ଯେପରିକି – ବିରି ଗ୍ରାଇଣ୍ଡିଂ ମେସିନ୍, ମୁଢି ତିଆରି ମେସିନ୍, ଖଲି ଦାନ ତିଆରି ମେସିନ୍, ଚୌକି, ଏବଂ ଭର୍ମି-କମ୍ପୋଷ୍ଟ କିଟ୍ ସେମାନଙ୍କ ଜୀବିକା ବୃଦ୍ଧି ତଥା ଆତ୍ମନିର୍ଭରଶୀଳତା ପାଇଁ ୧୧ଟି ଭିଏସ୍ଏସ୍ କୁ ବଣ୍ଟନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଡିଏଫଓ ନୀତିଶ କୁମାର ଉପସ୍ଥିତ ଥିଲେ ।
