ରାସ୍ତା କଡ କ୍ଷେତରୁ ଯୁବକର ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଆଜି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡା ଫାଣ୍ଡି ଅନ୍ତର୍ଗତ ପୌରକେଲାରୁ ରିଷିଡା ରାସ୍ତା ବରାମୁଣ୍ଡା ବ୍ରିଜ ତଳେ ଏକ ଯୁବକର ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ତେରେକେଲା ଗ୍ରାମର ଶ୍ରୀକର ଧରୁଆ ବୋଲି ଜଣାଯାଇଛି । ସେ ଗତକାଲି ସନ୍ଧ୍ୟାରେ ପୌରକେଳାକୁ ଯାଇ ଆଉ ଫେରି ନଥିଲେ । ସେ ବିଳମ୍ବିତ ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ କେହି ଲୋକ ତାଙ୍କୁ ମାରି ବ୍ରିଜ ତଳ ଜମିକୁ ତାଙ୍କ ବାଇକ ସହ ଫିଙ୍ଗି ଦେଇଛି ବୋଲି ମୃତକର ଭାଇ ବେଣୁ ଧରୁଆ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି । ମ. ରାମପୁର ଥାନାଧିକାରୀ ସତ୍ୟ ନାରାୟଣ ପଧାନ, ରିଷିଡା ଫାଣ୍ଡିଅଧିକାରୀ କ୍ଷୀରସିନ୍ଧୁ ମାଝୀ ସାଇଣ୍ଟିଫିକ ଟିମ ସହ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତକ ଶ୍ରୀକର ଜଣେ ପ୍ରାକ୍ଟିସନର ଥିଲେ । ସେ ଗୌଣ୍ଡ ସମାଜର ଦେବତା କୁନ୍ଦା ଦେଓ ଟ୍ରଷ୍ଟ ବୋଡ଼ର ଟ୍ରଷ୍ଟି ମଧ୍ୟ ଥିଲେ । ଜଣେ ନାଟ୍ୟ ନିର୍ଦେଶକ ଭାବେ ପରିଚିତ ଥିଲେ । ତାଙ୍କ ରକ୍ତ ଜୁଡୁବୁଡୁ ଶରୀର ଦେଖି ତାଙ୍କୁ ହତ୍ୟା କରାଯାଇଥିବା ଅଂଚଳବାସୀ ସନ୍ଦେହ ପ୍ରକାଶ କରୁଛନ୍ତି । ଏହାର ନିରପେକ୍ଷ ତଦନ୍ତ କରି ଦୋଷୀକୁ ତୁରନ୍ତ ଗିରଫ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.