ରାସ୍ତା ଅବସ୍ଥା ନେଇ ଜନ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର, ପାଟଣାଗଡ଼ ଆଦି ଅଚଂଳକୁ ଦୂରତା କମ୍‌ ପଡୁଥିବାରୁ ବହୁ ସଂଖ୍ୟାରେ ଗ୍ରାମବାସୀ ଯୁବାଖୋଲରୁ ଜମରତଲା ଏହି ରାସ୍ତା ଦେଇ ଜାତାୟାତ କରିଥାନ୍ତି । ସେହିପରି ଛାତ୍ରଛାତ୍ରୀମାନେ ମଧ୍ୟ ଉକ୍ତ ରାସ୍ତା ଦେଇ ଯାତାୟତ କରିଥାନ୍ତି । ବର୍ଷା ଯୋଗୁଁ ରାସ୍ତା ସାରା କାଦୁଅ ପରିପୂର୍ଣ୍ଣ ହୋଇପଡିଥିବା ସହ ରାସ୍ତା ଧୋଇ ହୋଇଯାଇ ଅନେକ ସ୍ଥାନରେ ବଡ ବଡ ପଥର ମାନ ବାହାରି ପଡ଼ିଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଉକ୍ତ ରାସ୍ତାରେ ଯାତାୟାତ କରିବା ସମୟରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାଦୁଅରେ ପରିପୂର୍ଣ୍ଣ ହୋଇ ପଡିଥିବା ଯୋଗୁଁ ମୋଟର ସାଇକେଲ ଆରୋହିମାନଙ୍କୁ ଗାଡିକୁ ଠେଲି ଠେଲି ଯିବାକୁ ପଡିଥାଏ । ରାସ୍ତା ନିର୍ମାଣ ନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ ଏଥି ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ସରକାର ଉକ୍ତ ରାସ୍ତାକୁ ପକ୍କା କରିବାକୁ ଟୁଇଟ୍‌ କରି ନିବେଦନ କରିଛନ୍ତି ସମାଜ ସେବୀ ଆଶିଷ ଜ୍ୟୋତିଷ ।

Leave A Reply

Your email address will not be published.