ବଲାଙ୍ଗିର ଦିନ୍‌ ଉଧେ ଡେଙ୍ଗ ହାଇସ୍କୁଲ ତରଫରୁ ରକ୍ତଦାନ ଶିବିର

  • ମାଟି ମାଆର ଦିନ ଲାଗି ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରକ୍ତଦାନ ହେଉଛି ମହତ୍ୱପୂର୍ଣ୍ଣ ଦାନ । ଆଜିର ଦିନରେ ରକ୍ତଦାନର କୌଣସି ବିକଳ୍ପ ନାହିଁ । ରକ୍ତର ଅଭାବରେ କୌଣସି ଜଣେ ବି ରୋଗୀଙ୍କ ଜୀବନ ଚାଲି ନଯାଉ । ରକ୍ତଦାନ ପ୍ରକ୍ରିୟା ଗୋଷ୍ଠୀର ଜୀବନ ବଂଚାଇବାରେ ସହାୟକ ହେଉଛି । ଏହି ଉକ୍ତିକୁ ଚରିତାର୍ଥ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ବଲାଙ୍ଗିର ସହରରେ ବଲାଙ୍ଗିର ଦିନ୍‌ ପାଳନ ଅବ୍ୟବହିତ ପୂର୍ବରୁ ସହରର ରକ୍ତକେନ୍ଦ୍ର ଠାରେ ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏହି ଅବସରରେ ବଲାଙ୍ଗିର ଉପ ଜିଲ୍ଲାପାଳ ପବିତ୍ର ବେହେରା ଫିତାକାଟି ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଦିନ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ, ସଂଯୋଜକ ପ୍ରତାପ ରଥ, ସଦସ୍ୟ ଲୋଟସ ଷଡଙ୍ଗୀ, ବିଦୁଭୂଷଣ ତ୍ରିପାଠୀ, ସୋମନାଥ ମିଶ୍ର, ବିନୋଦ କାଲସାଏ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରାମ ନାରାୟଣ ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସେବାଶ୍ରୀ ଭୋଇ, ସଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଯୋଷୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ଡି.ଏସ୍‌.ଏସ୍‌ ନବଘନ ସାହୁ, ସୁବର୍ଣ୍ଣପୁର ଜେଆର୍‌ସିଓ ରବିଚନ୍ଦ୍ର ପଶାୟତ, ବଲାଙ୍ଗିର ଜେଆର୍‌ସିଓ ବିକାଶ ରଂଜନ ସାହୁ, ଡ. ବିଶ୍ୱଜିତ ମିଶ୍ର, ଡ. ବିମ୍ବାଧର ମିଶ୍ର, ଡି.ପି.ଓ ମହେନ୍ଦ୍ର ସ୍ୱାଇଁ, ରେଡକ୍ରସ କର୍ମୀ ସଂଜୟ ମିଶ୍ର, ଜୟନ୍ତ ବେହେରା, ପ୍ରଭାକର ଛନ୍ଦ, ରଶ୍ମିରାଣୀ ଦାଶ, ବନମାଳୀ ମେହେର, ଅଙ୍କୁଶ ପାଣ୍ଡେ, ଶୋଭନ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଡେଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ରେଡକ୍ରସ କର୍ମୀ ରାମ ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମକୁ ଶିକ୍ଷକ କୃପାସିନ୍ଧୁ ମିଶ୍ର ପରିଚାଳନା କରିଥିଲେ । ଶିବିରରେ ମାଆ ମାଟିର ଯୁବକ ଏବଂ ସ୍ୱେଚ୍ଛାସେବୀଙ୍କ ଠାରୁ ୫୭ ୟୁନିଟ ରକ୍ତ ସଂଗୃହିତ ହୋଇଥଲା । ବ୍ଲକ ବ୍ୟାଙ୍କ କର୍ମଚାରୀ ଡା. ଆରତୀ ପଣ୍ଡା, ଡା.ସୁମିତ କୁମାର ମୁନ୍‌, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ନରେଶ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିରରେ ରକ୍ତ ସଂଗ୍ରହ କରାଯାଇଥିଲା । ଶିକ୍ଷୟତ୍ରୀ ତପସ୍ୱିନୀ ପଟେଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ସୁଦର୍ଶନ ଦାଶ, ସମୀର ସେଠି, ପ୍ରିୟାଂଶ ଭୁଏ, ଅବିନାଶ ଭୋଇ, ବୃନ୍ଦାବନ ଭୁଏ, ହିମାଂଶୁ ବିଶ୍ୱାଲ, ଦେବେଶ ହୋତା, ମନରଞ୍ଜନ ପରିଡ଼ାଙ୍କ ସହ ସହଯୋଗ ଫାଉଣ୍ଡେସନ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.