om academy

ବିରଳ ଗ୍ରୁପର ରକ୍ତଦାତା ରକ୍ତ ଦେଲେ

jsm

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : କରୋନା କାଳରେ ମଧ୍ୟ ସୁଦୂର ଦେଓଗାଁ ପାଖ ଗାଁ ଜନକପୁରର ଏବି ନେଗେଟିଭ ବିରଳ ରକ୍ତ ଗ୍ରୁପର ରକ୍ତଦାତା ଲିଙ୍ଗରାଜ ରାଉତ କଣ୍ଟାବାଞ୍ଜି ସ୍ଥିତ ରକ୍ତ ଭଣ୍ଡାରକୁ ଆସି ରକ୍ତ ଦାନ କରିଥିଲେ । ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶ ଫୋନ ଯୋଗେ ଯୋଗାଯୋଗ କରିବାରୁ ରକ୍ତଦାତା ଜଣେ ଚାଷୀ ହୋଇଥିଲେ ମଧ୍ୟ ତୁରନ୍ତ ରକ୍ତ ଦେବାକୁ ସ୍ୱଇଚ୍ଛାରେ ଆଗେଇ ଆସିଥିଲେ । ଆଜି କଣ୍ଟାବାଞ୍ଜି ରକ୍ତ ଭଣ୍ଡାରରେ ରକ୍ତଦାତା ଲିଙ୍ଗରାଜ ରାଉତ, ଶିବ ମେହେର, ଶ୍ରୀୟାଂଶ ରଂଜନ ଗୁରୁ, ନାରାୟଣ ମହାନନ୍ଦ ଆଦି ଏବି ନେଗେଟିଭ, ଓ ପଜିଟିଭ ରକ୍ତ ଦେଇ ବଙ୍ଗୋମୁଣ୍ଡା, ଗଇନ୍ଦିମାଲ, କର୍ଲାବାହାଲି ଗାଁର ବେଣୁଧର ସମରଥ, ଶ୍ରୀମତୀ ସାହୁ, ତନ ସାହୁ ଆଦି ରୋଗୀ ମାନଙ୍କର ଜୀବନ ବଞ୍ଚେଇବାରେ ସାହାଯ୍ୟ କରିଥିଲେ । ତେଣୁ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିବା ସହିତ ଶ୍ରୀ ରାଉତଙ୍କ ଭଳି ସ୍ୱଇଚ୍ଛାରେ ରକ୍ତ ଦେବାକୁ ଯୁବ ପିଢି ଆଗେଇ ଆସିଲେ, ରକ୍ତର ଅଭାବ ପୂରଣ ହେବ ବୋଲି କହିଥିଲେ । ଆଜିର ରକ୍ତ ଯୋଗାଡ କରିବାରେ ଥମିର ଛତ୍ରିଆ, ଘନଶ୍ୟାମ ମାଝୀ, ପ୍ରଶାନ୍ତ ସାହୁ, କୁନାଲ ଦାସ ଆଦି ସହଯୋଗ କରିଥିଲେ ।

Leave A Reply

Your email address will not be published.