ମୁରିବାହାଲ ଦୁର୍ଗାବାହିନୀ ଓ ବଜରଙ୍ଗ ଦଳ ପକ୍ଷରୁ ଜରୁରୀକାଳୀନ ସେବା ଯୋଗାଉଥିବା ସମସ୍ତ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ରକ୍ଷାବନ୍ଧନ ପାଳିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଦୁର୍ଗାବାହିନୀ ଓ ବଜରଙ୍ଗ ଦଳ ପକ୍ଷରୁ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅତି ଜରୁରୀକାଳୀନ ସେବା ଯୋଗାଉଥିବା ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଓ ପୋଲିସ ବିଭାଗ କାର୍ଯ୍ୟାଳୟକୁ ଯାଇ ସମସ୍ତ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧିଥିଲେ । ଏହା ସହିତ ରାମେଶ୍ୱର ବୋଲବମ୍ କମିଟିର ଶତାଧିକ ଭାଇମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିଥିଲେ । ଏହି କାର୍ୟ୍ୟକ୍ରମରେ ଦୁର୍ଗାବାହିନୀ ପଶ୍ଚିମ ପ୍ରାନ୍ତ ସଂଯୋଜିକା ସୋନାଲିପ୍ରଭା ସାହୁ, ନିଶା ସାହୁ, ସୁମନ୍ତି ବିଭାର, କୁସୁମ ସାହୁଙ୍କ ସହ ସମସ୍ତ ଭଉଣୀମାନେ ସହଯୋଗ କରିଥିଲେ । ସେହିପରି ମୁରିବାହାଲ ବଜରଙ୍ଗ ଦଳ ପ୍ରଖଣ୍ଡ ସଂଯୋଜକ ପଦ୍ମଲୋଚନ ସାହୁ, ସୁଧାଂଶୁ ପୋଡ଼ ଯାଦବ, ଲିଲୁ ଜାଲ, ଲିକୁନ ସାହୁ ଓ ଉଦିତ କଟାଙ୍କ ସହ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।