oom

ଆଜି ରାଜ୍ୟରେ ୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୨୫ ରହିଛି । ଆଜି ୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୮ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଲରୁ ୩, ବାଲେଶ୍ୱରରୁ ୬, ବରଗଡ଼ରୁ ୧, ବଲାଙ୍ଗିରରୁ ୬, ବୌଦ୍ଧରୁ ୧, କଟକରୁ ୨, ଦେବଗଡରୁ ୩, ଗଜପତିରୁ ୧, ଗଞ୍ଜାମରୁ ୧, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୧, ଖୋର୍ଦ୍ଧାରୁ ୯, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୩, ନବରଙ୍ଗପୁରରୁ ୧, ପୁରୀରୁ ୩, ରାୟଗଡାରୁ ୧, ସମ୍ବଲପୁରରୁ ୭, ସୋନପୁରରୁ ୨, ସୁନ୍ଦରଗଡରୁ ୬ ଓ ଷ୍ଟେଟପୁଲରୁ ୧ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୩୬୮୩୫ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୪୨୪୩ ଜଣ ସୁସ୍ଥ ହୋଇ ସାରିଛନ୍ତି ।

jittmm
Leave A Reply

Your email address will not be published.