ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରସିଂହା ଗାଁର ମାଳିପଡ଼ା ନିବାସୀ ଅବସର ପ୍ରାପ୍ତ ଶିକ୍ଷକ ପଙ୍କଜ ପୁଟେଲ(୭୫) ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ବୁଧୁବାର ରାତି ୯ଟାରେ ଦେହାନ୍ତ ହୋଇଯାଇଥିବା ଜଣାପଡିଛି । ସେହି ସମୟରେ ପାଖରେ ତାଙ୍କ ସ୍ତ୍ରୀ ଓ ତିନି ପୁଅ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ଜନ୍ମମାଟି ଅଣାଯାଇ ଜରାସିଂହା ନିକଟସ୍ଥ ସୋନଗଡ ନଦୀରେ ସକାଳେ ଶବଦାହ କରାଯାଇଥିଲା । ତାଙ୍କ ବଡ ପୁଅ ସୁଧାଂଶୁ ମୁଖାଗ୍ନୀ ଦେଇଥିଲେ । ସେ ଜଣେ ଭଲ ଶିକ୍ଷକ ଓ ଫୁଟବଳ ଖେଳାଳୀ ମଧ୍ୟ ଥିଲେ, ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକ ପ୍ରକାଶ ପାଇଥିଲା ।