oom

ନାମାଙ୍କନ ପତ୍ର ଦାଖଲ କଲେ ସାମ୍ବାଦିକ ବିଶ୍ୱମୟ ପୂଜାରୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମ୍ୟୁନିସିପାଲଟିର ୧୯ ନମ୍ବର ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ଭାବେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଶ୍ୱମୟ ପୂଜାରୀ । ନିଜର ବହୁ ସମର୍ଥକଙ୍କ ସହ ଶ୍ରୀ ପୂଜାରୀ ମ୍ୟୁନିସିପାଲଟିରେ ନିର୍ବାଚନ ଅଧିକାରୀ ବନାମ ଉପଜିଲ୍ଲାପାଳ ଓ ନିର୍ବାହୀ ଅଧିକାରୀଙ୍କ ସମ୍ମୁଖରେ ବିଧିବଦ୍ଧ ଭାବେ ମନୋନୟନ ପତ୍ର ଦାଖଲ କରିଥିଲେ । ବାବୁ ପୂଜାରୀ ନାମରେ ଜଣାଶୁଣା ଶ୍ରୀ ପୂଜାରୀ ବଲାଙ୍ଗିରରୁ ପ୍ରକାଶିତ ପାକ୍ଷିକ ସମ୍ବାଦପତ୍ର ତକ୍ଷକର ସମ୍ପାଦକ, ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ଉପ-ସଭାପତି ତଥା ଜଣେ ସମାଜସେବୀ ଭାବେ ସମସ୍ତଙ୍କର ପ୍ରିୟ ମଣିଷ ଅଟନ୍ତି । ବିଶେଷକରି ଏହି ୧୯ ନମ୍ବର ୱାର୍ଡ ରୁଗୁଡିପଡା ଓ ସାଗରପଡା ଦୁଇଟି ଜିଲ୍ଲା ସଦର ମହକୁମାର ପୁରୁଣା ସମ୍ଭ୍ରାନ୍ତପଡା ହୋଇଥିଲେ ହେଁ ଦୀର୍ଘ ବର୍ଷ ଧରି ଏଠାରେ ପୋଲ, ରାସ୍ତାଘାଟ, ନାଳନର୍ଦ୍ଦମା, ସ୍ୱଚ୍ଛତା ବା ପରିଷ୍କାର ପରିଚ୍ଛନ୍ନତା ସହ ଅନ୍ୟାନ୍ୟ ମୌଳିକ ସମସ୍ୟା ପ୍ରତି ଅବହେଳା ପ୍ରଦର୍ଶନ କରାଯାଇ ଆସୁଥିବାରୁ ସେ ଏହି ଅଞ୍ଚଳର ଉପଯୁକ୍ତ ପୌର ପ୍ରତିନିଧିତ୍‌ତ୍ୱ ପାଇଁ ଅଣ୍ଟା ଭିଡିଛନ୍ତି । ସେ କୌଣସି ରାଜନୈତିକ ଦଳର ଅନୁଗାମୀ ହେବା ବଦଳରେ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ପସନ୍ଦ କଲେ । ତାଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ନିର୍ବାଚିତ କରିବାକୁ ସେ ପଡାବାସୀଙ୍କୁ ବିନମ୍ର ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.