ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବିଡ଼ିଓ ବାସନ୍ତୀ ସେଠି,ସମ୍ମାନିତ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ, ବିଧାୟକଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଯୌବନ ବାଗ, ସିଡିପିଓ ମାଧୁରୀ ହୋତା ପ୍ରମୁଖ ଯୋଗ ଦେଇଥିଲେ । ବିଏଲସି ଡ଼ଃ ସତ୍ୟପ୍ରିୟ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିପିସି ପିତାମ୍ବର ବାଗ, ବିଏଲସି ଜଗନ୍ନାଥ ପୁଟେଲଙ୍କ ସହ ଏମବିକେ, ସିଆରପି ମାନେ ଉପସ୍ଥିତ ଥିଲେ । ବ୍ଲକର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଯୋଗଦେଇ ନିଜ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ କରିଥିଲେ । କୃତୀ ପ୍ରତିଯୋଗିଙ୍କୁ ଜିଲ୍ଲା ସ୍ତରୀୟ ଖାଦ୍ୟ ମେଳାକୁ ମନୋନୀତ କରାଯାଇଥିଲା । ଏଥିରେ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.