jayashree

ସ୍ୱାସ୍ଥ୍ୟ ଓ ଆନନ୍ଦ ପାଇଁ ପ୍ରେମ ଓ ସଂହତି ବିଷୟକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାସ୍ଥ୍ୟ ଓ ଆନନ୍ଦ ପାଇଁ ପ୍ରେମ ଓ ସଂହତି ବିଷୟ ବସ୍ତୁକୁ ଆଧାର କରି ଚିତ୍ରାଙ୍କନ ପ୍ରତିଯୋଗିତାରେ ସେକ୍ଟର ୫ସ୍ଥିତ ଶ୍ରୀଅରବିନ୍ଦ ସ୍କୁଲଠାରେ ରାଉରକେଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ସ୍କୁଲର ଅଧ୍ୟକ୍ଷ ଗୋଦାବରୀଶ ପଢିଆରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍କୁଲର ସଂପାଦକ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର ଯୋଗଦେଇ ଶ୍ରୀମାଙ୍କ ଜୀବନ ଦର୍ଶନ ଓ ତାଙ୍କର ଅମୃତବାଣୀ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ । ସହରର ବିଭିନ୍ନ ବିଦ୍ୟାଳୟ ଶ୍ରୀଅରବିନ୍ଦ, ଦୀପିକା, ଡିପିଏସ, ଚିନ୍ମୟ, ଗୁରୁ ନାନକ, ଜ୍ଞାନଜ୍ୟୋତି, ସେଣ୍ଟପଲ, କାର୍ମେଲ, ସେଣ୍ଟ ଯୋଶେଫ, ମଧୁସୂଦନ, ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସିଟି ଇଂଲିଶ, କେନ୍ଦ୍ରୀୟ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ବାଜି ରାଉତ ଭଳି ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୧୮ଜଣ ଛାତ୍ରଛାତ୍ରୀ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସୂଚନା ଯୋଗ୍ୟ ଯେ, ପୂର୍ବରୁ ବିଭିନ୍ନ ବିଦ୍ୟାଳୟମାନଙ୍କରେ ବକୃତା, ପ୍ରବନ୍ଧ ପ୍ରତିଯୋଗିତା ମାନ ଆୟୋଜନ ହୋଇ ସାରିଛି । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ଅଗଷ୍ଟ ମାସ ୭ତାରିଖ ଦିନ ସିଭିକ ସେଣ୍ଟରଠାରେ ହେବାକୁ ଥିବା ଶ୍ରୀମାଙ୍କ ୧୫୦ତମ ବାର୍ଷିକୋତ୍ସବରେ ପୁରସ୍କୃତ କରାଯିବ ବୋଲି ସ୍କୁଲ ତରଫରୁ ପ୍ରକାଶ । ଆଜିର ଏହି କାର୍ଯ୍ୟକ୍ରମ ପରିଚାଳନାରେ ନିବେଦିତା ରାୟ ପଟ୍ଟନାୟକ, ଗୀତାରାଣୀ ବେହେରା, ଅଞ୍ଜଳି ମହାନ୍ତି, ଶ୍ରୀଧର ସାହୁ, ସଂନ୍ଧ୍ୟାରାଣୀ ଲେଙ୍କା, ସାଗରିକା ଦାସ, ସୁନିତା ସେଠୀ, ବିନୋଦ କୌଶଳ, ପାମିଲି ଘୋଷ, ଜୟଶ୍ରୀ ମାନକୀ, ରୋହିତାଂଶୁ ବାରିକ, ତପସ୍ୱିନୀ କର, ଶିବାନୀ ପଟ୍ଟନାୟକ, ବିଶ୍ୱନାଥ ଆଇଚ, ସୁମନ ଚକି, ଦେବସ୍ମିତା ନାୟକ, ସୌମ୍ୟରଂଜନ ପାଣିଗ୍ରାହୀ, ସୁନିତା ମାହାତୋ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.