ommm
jittmm

ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ ଇଣ୍ଡିଆ ସୌଜନ୍ୟରେ ବୃହତ୍ ଋଣ ପ୍ରଦାନ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ ଇଣ୍ଡିଆ ସୌଜନ୍ୟରେ ବୁଧବାର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନରେ ଏକ ଦିନିକିଆ ବୃହତ୍ ଋଣ ପ୍ରଦାନ ଶିବିର ଆୟୋଜିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ଯୋଜନା ସଂପର୍କୀତ ଏହି ବିବିଧ ସାମୁହିକ ଯୋଜନାରେ ସର୍ବମୋଟ ୯ କୋଟି ୩୬ ଲକ୍ଷ ଟଙ୍କାର ବ୍ୟବସାୟ ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠାନ କରି ମହିଳାମାନେ ସ୍ୱାବଲମ୍ବନଶୀଳ ହୋଇପାରିବେ ତଥା ସେମାନେ ନିଜେ ଜଣେ ଜଣେ ଆତ୍ମ-ନିର୍ଭରଶୀଳ ହେବା ଉଦ୍ଦେଶ୍ୟରେ ଏକ ବୃହତ୍ ଋଣ ପ୍ରଦାନ ଶିବିରର ଆୟୋଜନ କରାଯାଇ ପ୍ରମୁଖ ହିତାଧିକାରୀ ମହିଳା ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯାଇଥିବା କୁହାଯାଇଛି । ଏହି ମେଗା ଋଣମେଳାରେ ୪୫ ଟି ଏସ୍.ଏଚ.ଜି. ମହିଳା ସଂଗଠନର ସଦସ୍ୟା ଗଣ ଯୋଗଦେଇଥିଲେ । ପ୍ରତିଟି ମହିଳା ଗୋଷ୍ଠୀଙ୍କୁ ସ୍ୱାବଲମ୍ବନଶୀଳ ହେବାକୁ ଋଣ ପ୍ରଦାନ କରାଯାଇଥିବା ବେଳେ ମୋଟ ୪୫ଟି ଏସ୍.ଏଚ.ଜି. ମହିଳା ଗୋଷ୍ଠୀଙ୍କୁ ସର୍ବମୋଟ ୩ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବା କୁହାଯାଇଛି । ସେହିପରି ଜିଲ୍ଲାର ଏକ ଅଗ୍ରଣୀ କମ୍ପାନୀ ଶୀରନ୍ ଭେଞ୍ଚର ପ୍ରାଇଭେଟ୍ ଲିଃ. ପକ୍ଷ ଙ୍କୁ ୬ କୋଟି ଟଙ୍କାର ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଋଣ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ପଙ୍କଜ କୁମାର୍ ମୁଖ୍ୟଅତିଥି ଭାବେ ଯୋଗଦେଇ ଋଣ ଗ୍ରହୀତାଙ୍କୁ ଅନେକ ଦିଗଦର୍ଶନ ଓ ଋଣ ପ୍ରାପ୍ତ ଅର୍ଥକୁ ସଦବ୍ୟବହାର କରିବା ଦିଗରେ ସଦୂପଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ମୁଖ୍ୟ ପରିଚାଳକ ଶରତ ଚନ୍ଦ୍ର ମହାପାତ୍ର, ମିଶନ୍ ଶକ୍ତି ଗଞ୍ଜାମ ଜିଲ୍ଲାର ଯୋଜନା ଅଧିକାରୀ ଜୟ କୃଷ୍ଣ ମହାପାତ୍ର, ଓଡ଼ିଶା ଜୀବିକା ମିଶନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ସନ୍ତୋଷ କୁମାର ରଥ ପ୍ରମୁଖ ଯୋଗଦେଇ ଋଣ ପ୍ରଦାନ ଶିବିରର ମହତ୍ତ୍ୱ ସମ୍ପର୍କରେ ପ୍ରତିପାଦନ କରି ଏହାର ସୁବିନିଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଖଲିକୋଟ କଲେଜ୍ ବ୍ରାଞ୍ଚ ମ୍ୟାନେଜର ସୌମ୍ୟ ରଞ୍ଜନ ଚୌଧୁରୀ ଏହାର ସଂଯୋଜନା କରିଥିବା ବେଳେ ବ୍ୟାଙ୍କ ଅଫ ଇଣ୍ଡିଆ ଛତ୍ରପୁର ବ୍ରାଞ୍ଚ ମ୍ୟାନେଜର ବିବେକ ଚନ୍ଦ୍ର ମଲ୍ଲିକ, ପିତଳ ବ୍ରାଞ୍ଚ ମ୍ୟାନେଜର ଅନୀଲ କୁମାର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମର ସକ୍ରୀୟ ପରିଚାଳନା କରିଥିଲେ ।

Leave A Reply

Your email address will not be published.