oom

ଚାଷୀଙ୍କୁ ୧୭ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍‌ କିଷାନ ଉତ୍ସବ ଦିବସରେ ପିଏମ୍‌ କିସାନ ସମ୍ମାନ ନିଧିର ୧୭ତମ କିସ୍ତି ପ୍ରଦାନ କରି ଦେଶର ଚାଷୀଙ୍କୁ ସମ୍ମାନ ଦେଲେ ହିଁ ଆମର ଜୀବନ ଧାରଣର ମାନ ବଢିବ ବୋଲି କହିଛନ୍ତି । ଉତ୍ତର ପ୍ରଦେଶର ବାରାଣାସୀ ଠାରେ ଦେଶର ଚାଷୀଙ୍କୁ ସମ୍ମାନ ଦେଇ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ସମସ୍ତ ଜିଲ୍ଲା ସଦର ମହକୁମା ଠାରେ ଓ ବ୍ଲକ ସ୍ତରରେ ଏହାର ସିଧା ପ୍ରସାରଣ ଦେଖିଛନ୍ତି ଲକ୍ଷ ଲକ୍ଷ ଚାଷୀ । ବଲାଙ୍ଗିର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସଭା ପ୍ରକୋଷ୍ଠରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଏହି ସିଧା ପ୍ରସାରଣ ଦେଖିବା ଉତ୍ସବରେ ମଂଚାସୀନ ହୋଇଥିଲେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ଜିଲ୍ଲା ପରିଷଦ ମୁଖ୍ୟ କାର୍ୟ୍ୟନିର୍ବାହୀ ପ୍ରଭାତ ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ଜଳଛାୟା ପ୍ରକଳ୍ପର ନିର୍ଦ୍ଦେଶକ ମହିଷ ଦାଶ, ଉଦ୍ୟାନ ଉପନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଭଞ୍ଜ, କୃଷି ମନ୍ତ୍ରୀଙ୍କ ପ୍ରତିନିଧି ଗୋପାଳଜୀ ପାଣିଗ୍ରାହୀ, ବଲାଙ୍ଗିର ବିଧାୟକଙ୍କ ପ୍ରତିନିଧି ପ୍ରଦ୍ୟୁମ୍ନ ହୋତା ମଂଚାସୀନ ହୋଇଥିଲେ । କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ସୁଧାକର ନନ୍ଦ ପରିଚାଳନା କରିଥିବା ବେଳେ ବଲାଙ୍ଗିର ଜିଲ୍ଲାର ଶତାଧିକ ଚାଷୀ, କୃଷି କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.