ls

ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ଓ ମହାନଗର ନିଗମ ମେୟର ପ୍ରାର୍ଥିନୀ ମଞ୍ଜୁ ରଥଙ୍କ ନିର୍ବାଚନୀ ପ୍ରଚାର ଜୋରଦାର

sb

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ୨୫, ୨୬, ୨୭, ୩୦ ଓ ୩୧ ନଂ ୱାର୍ଡରେ କଂଗ୍ରେସର ନିର୍ବାଚନୀ ପ୍ରଚାର ଜୋରଦାର ହୋଇଛି । କଂଗ୍ରେସ ଜିଲ୍ଲା ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ନେତୃତ୍ୱରେ ରାଜ୍ୟ କିଶାନ ସେଲର ପ୍ରଭାରୀ ରଶ୍ମୀ ପଟ୍ଟନାୟକ, କଂଗ୍ରେସ ନେତା ଲିଙ୍ଗରାଜ ଚୌଧୁରୀଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ । କଂଗ୍ରେସର ମେୟର ପ୍ରାର୍ଥିନୀ ମଞ୍ଜୁ ରଥ, ୨୫ ନଂ ୱାର୍ଡର କର୍ପୋରେଟର ପ୍ରାର୍ଥିନୀ ସନ୍ତୋଷୀ ଦାସ, ୨୬ ନଂ ୱାର୍ଡର କର୍ପୋରେଟର ପ୍ରାର୍ଥୀ ଶଶିଭୂଷଣ ପଣ୍ଡା, ୨୭ ନଂ ୱାର୍ଡର କର୍ପୋରେଟର ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ରଣା, ୩୦ ନଂ ରଶ୍ମିତା ପ୍ରଧାନ ଓ ୩୧ ନଂ ୱାର୍ଡର ଲିଲି ବେହେରାଙ୍କ ସମେତ ବିଭିନ୍ନ ୱାର୍ଡରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ବିଧାୟକ ଶ୍ରୀ ଜେନା ବିଭିନ୍ନ ଅଞ୍ଚଳ ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା କରିଥିଲେ । କିଷାନ ସେଲ ପ୍ରଭାରୀ ଶ୍ରୀ ପଟ୍ଟନାୟକ ନବୀନଙ୍କ ଦୁଇ ଦଶନ୍ଧି ସରକାରକୁ ତୀବ୍ର ସମାଲୋଚନା କରିବା ସହ ନିର୍ବାଚନ ହାରିବାର ଭୟ ରହିଥିବାରୁ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଧମକଚମକ ଦେଇ ପ୍ରତ୍ୟାହାର କରାଯିବା ଘଟଣା ନିନ୍ଦନୀୟ ବୋଲି କହିଥିଲେ । ମେୟର ପ୍ରାର୍ଥିନୀ ମଞ୍ଜୁ ରଥ ସହରର ଯେଉଁ ଉନ୍ନତିମୂଳକ କାର୍ୟ୍ୟ ହୋଇଛି, ତାହା କେବଳ କଂଗ୍ରେସ ଅମଳରେ ହିଁ ହୋଇଥିଲା । କିନ୍ତୁ ଗତ ଦୁଇ ଦଶନ୍ଧି ଧରି କୌଣସି ଆଖିଦୃଶିଆ କାର୍ୟ୍ୟ ହୋଇନାହିଁ । ସୌନ୍ଦର୍ୟ୍ୟକରଣ ପାଇଁ ସହରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସହରବାସୀଙ୍କ ମୌଳିକ ସମସ୍ୟା ପୂରଣ କରିବାରେ ନିଗମ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେଣୁ ସଚେତନ ନାଗରିକମାନେ ଏ ଦିଗରେ ସୁଚିନ୍ତିତ ବିଚାର କରିବାର ସମୟ ଆସିଛି । ତେଣୁ କଂଗ୍ରେସ ଦଳକୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବାକୁ ଭୋଟରଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର ମୁଖପାତ୍ର ରବି ରଥ, ଧବଳ ବେହେରା, ସତ୍ୟଚେତନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.