oom

ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶିଶୁ ମାନଙ୍କୁ ପୁସ୍ତକ ମନସ୍କ କରାଇବା ଓ ସେମାନଙ୍କ ସୃଜନ ଶକ୍ତି ବଢାଇବା ଲକ୍ଷ୍ୟ ନେଇ କାର୍ଯ୍ୟରତ ବରଗଡ଼ ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ତରଫରୁ ପ୍ରତି ମାସର ବିଭିନ୍ନ ସମୟରେ ଆୟୋଜିତ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ ଆଜି ସ୍ଥାନୀୟ କଳାପାଣି ଛକ ସ୍ଥିତ ଦିବ୍ୟ ଜୀବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶାକ୍ଷାକେନ୍ଦ୍ର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସପ୍ସଗ୍ରାମ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସାହିତ୍ୟିକ ମନୋରଞ୍ଜନ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ଶିଶୁମାନଙ୍କ ଅନ୍ତର୍ନିହିତ ଜ୍ଞାନର ବିକାଶ କରିବା ସହ ଜୀବନର ସବୁ କ୍ଷେତ୍ରରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ତେଣୁ ଛାତ୍ରଛାତ୍ରୀମାନେ ପୁସ୍ତକ ସହ ବନ୍ଧୁତା ସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ, ପ୍ରମୋଦ କୁମାର ଦାଶ ଓ ନୀଳକଣ୍ଠ ସାହୁ ପିଲାଙ୍କ ପାଇଁ ପାଠାଗାରର ଉପାଦେୟତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରି ପଠିତ ପୁସ୍ତକ ଉପରେ ବକ୍ତବ୍ୟ ପ୍ରଦାନ କରି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ସତୀଶ ଡାକୁଆ, ପ୍ରୀତମ ସାହୁ, ଲିଶି ପ୍ରଧାନ, ରାଜ୍ ରଣା ଓ ଶାଲିନୀ ଲୁହୁରିଆଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଭ୍ରାମ୍ୟମାଣ ପାଠାଗାରର ଆବାହକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ଶିକ୍ଷକ ବିନୟ ପ୍ରଧାନ କୃତଜ୍ଞତା ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.