centurian jitm

ସମୟ ନଦେଇ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କଲା ଟାଟା ପାୱାର, ପ୍ରତିବାଦରେ ଧାରଣାରେ ବସିଲେ ଗ୍ରାମବାସୀ

nschool

ବିନିକା : ଟାଟା ପାୱାରର ମନମାନୀ ଅଭିଯୋଗ । ବିନା ନୋଟିସ୍‌ରେ କାଟି ଦେଲେ ବିଦ୍ୟୁତ ସଂଯୋଗ । ଜବରଦସ୍ତି ଟଙ୍କା ଆଦାୟ କରିବାକୁ ଦେଲେ ଧମକ । ସମୟ ନଦେଇ ସିଧାସଳଖ କଲେ ସଂଯୋଗ ବିଚ୍ଛିନ୍ନ । ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ର ବହଳପଦର ଗ୍ରାମବାସୀ । ପ୍ରତିବାଦରେ ବୀରମହାରାଜପୁର-ଚାରମାଳ ରାସ୍ତାର ବହଲପଦର ଠାରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଟାଟା କମ୍ପାନୀର କର୍ମଚାରୀ ମାନେ ବହଲପଦର ଗାଁକୁ କିଛି ଦିନ ତଳେ ବିଦ୍ୟୁତ ବକେୟା ବିଲ୍ ସଂଗ୍ରହ କରିବା ପାଇଁ ଯାଇଥିଲେ । ସେଠାରେ ପ୍ରତି ଗ୍ରାହକ ପିଛା ୨ ହଜାର ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ତେବେ ଗ୍ରାମବାସୀ ପ୍ରତି ମାସରେ ନଗଦ ବିଲ୍ ଦେଉଥିବାରୁ ହଜାରେ ଟଙ୍କା ଦେବାକୁ ରାଜି ହୋଇଥିଲେ । ହେଲେ ବିଦ୍ୟୁତ କର୍ମଚାରୀ ଓ ଅଧିକାରୀ ଦୁଇ ହଜାର ଟଙ୍କା ଦେବେ ନଚେତ୍ ବିଦ୍ୟୁତ କାଟି ଦେବାକୁ ଧମକ ଦେଇଥିଲେ । କେବଳ ସେତିକି ନୁହେଁ ଶନିବାର ହଠାତ୍ ବିନା ସୂଚନାରେ ବିଦ୍ୟୁତ ବିଚ୍ଛିନ୍ନ କରିଥିବା ଅଭିଯୋଗ ହୋଇଛି । ଏବେ ସୁବର୍ଣ୍ଣପୁର ଜିଲ୍ଲାର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଗାଁ ଗାଁରେ ପାଣି ସମସ୍ୟା ଲାଗିରହିଛି । ଏଭଳି ପରିସ୍ଥିତିରେ ବିଦ୍ୟୁତ ବିଚ୍ଛିନ୍ନ କେତେ ଯୁକ୍ତିଯୁକ୍ତ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ ବକେୟା ବିଦ୍ୟୁତ ବିଲ୍ ସଂଗ୍ରହ ନହେଲେ ବି ବିଦ୍ୟୁତ ବିଚ୍ଛିନ୍ନ ନ କରିବାକୁ ଶକ୍ତିମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସରକାରଙ୍କ ନିର୍ଦ୍ଦେଶ ବି ମାନୁନାହାନ୍ତି ବିଦ୍ୟୁତ କର୍ମଚାରୀ ଓ ଅଧିକାରୀ । ତେବେ ବିଦ୍ୟୁତ ସଂଯୋଗ ନହେବା ଯାଏଁ ଧାରଣାରୁ ହଟିବୁ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.