oum

ପଦ୍ମପୁର ପିଏଚ୍‌ଡି ଜଳ ଯୋଗାଣର ଦୟନୀୟ ପରିସ୍ଥିତି ଅଭିଯୋଗ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ଦୁଇ ନମ୍ବର ୱାର୍ଡର ଭେଉଁରିଆ ଯିବା ରାସ୍ତାରେ ପାନୀୟ ଜଳ ଯୋଗାଣର ଦୟନୀୟ ଅବସ୍ଥା ଦେଖିବାକୁ ମିଳୁଛି । ମାଟି ତଳେ ଯାଇଥିବା ପାଣି ପାଇପ ଲାଇନ ଫାଟି ରାସ୍ତା ସାରା ପାଣି ମାଡି ଯାଉଛି ଯାହା ଫଳରେ ଜଣ୍ଡିସ୍‌ ଭଳି ରୋଗ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଅପର ପକ୍ଷରେ କିନ୍ତୁ ଲୋକ ଘରକୁ ଯାଇଥିବା ଜଳ ଯୋଗାଣ ବ୍ୟବସ୍ଥାରେ ପାଣି ପାଉନାହାନ୍ତି । ବିଭିନ୍ନ ସ୍ଥାନରେ ପାଇପ ଫାଟି ଯାଇଥିବାରୁ ରାସ୍ତା ଖରାପ ହେବା ସଙ୍ଗେ ଲୋକେ ଦୂଷିତ ମାଟି ଯୁକ୍ତ ପାଣି ବ୍ୟବହାର କରୁଛନ୍ତି । ଜଳ ଯୋଗାଣ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ କୌଣସି ମରାମତି କାମ କରୁନାହାନ୍ତି । ତେଣୁ ଖରାପ ପାଣି ବ୍ୟବହାର କରିବା ଦ୍ୱାରା ଲୋକେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି ବୋଲି ଉକ୍ତ ଅଞ୍ଚଳର ବାସିନ୍ଦା ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁ ସ୍ଥାନୀୟ ପ୍ରଶାସନୀକ କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି । ରାଜ୍ୟ ସରକାରଙ୍କ ତାଗିଦ ସତ୍ତ୍ୱେ ଉକ୍ତ ପ୍ରଶାସନିକ ଅଧିକାରୀ ମାନେ ବେପରୁଆ ମନୋଭାବ ଦର୍ଶାଉ ଥିବାରୁ ଆଗାମୀ ଦିନରେ ଜନ ଆନ୍ଦୋଳନ ଦେଖାଦେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.