ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଠାରେ ଫ୍ରେଣ୍ଡସ କ୍ଲବ ଭୁବନେଶ୍ୱରପୁର ଓ ମୂରଲୀ କ୍ରିଷ୍ଣା ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିକାଶ ହସ୍ପିଟାଲର ବିଭିନ୍ନ ବିଭାଗର ଡାକ୍ତରଙ୍କ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା କରାଯାଇଥିଲା ଓ ଔଷଧ ମଧ୍ୟ ମାଗଣାରେ ପ୍ରଦାନ କରାଯାଇଥିଲା । ଏଥିରେ ଏହି ଅଞ୍ଚଳର ପାଖାପାଖି ଏକ ହଜାର ଲୋକ ଉପକୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି – ବିକାଶ ସାହୁ, ପଞ୍ଚାୟତ ସମିତି – ପଙ୍କଜ ସାହୁ, ଦେବାଶିଷ ସାହୁ, ନରେଶ ସାହୁ, ଦୁଷ୍ମନ୍ତ ସାହୁ, ଅମୂଲ୍ୟ ଦାସ, ପ୍ରୀତିଶ ସାହୁ, ଗଜିନ ବାରିକ, ତୋଫାନ ସାହୁ, ପ୍ରେମ ସାହୁ, କର୍ଣ୍ଣ ସାହୁ, ସୁରେଶ ମେହେର, ଦୁର୍ବାଦଳ ସାହୁ, ବିଦୁ, ଲାଲୁ, କ୍ରିଷ୍ଣା ଓ କ୍ଲବର ସଦସ୍ୟ ମାନେ ସହଯୋଗ କରିଥିଲେ ।