om academy

ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

jsm

ଭଦ୍ରକ : ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଭଦ୍ରକ ଜିଲ୍ଲାରେ ଚାନ୍ଦବାଲି, ଧାମରା ବାସୁଦେବପୁର ଅଞ୍ଚଳକୁ ଅକାଶ ମାର୍ଗରୁ ପରିଦର୍ଶନ ପରେ ଧାମରା ପୋର୍ଟ ହେଲିପ୍ୟାଡ଼ରେ ଅବତରଣ କରିଥିଲେ । ପରେ ଚାନ୍ଦବାଲି ଏବଂ ଧାମରା ଅଞ୍ଚଳର ବାତ୍ୟା ପ୍ରଭାବିତ ଦୋସିଙ୍ଗା, ଜାଗୁଳା ଓ ଧାମରା ଗ୍ରାମ ପଞ୍ଚାୟତ ସହ ପାଇକସାହି, ବଳଭଦ୍ର ପ୍ରସାଦ, ଝାରକଟି ଗ୍ରାମକୁ ଯାଇ ବାତ୍ୟା ପୀଡିତଙ୍କୁ ଭେଟିଛନ୍ତି । ତେବେ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ନିଜେ ଟ୍ୱିଟ କରି ଲେଖିଛନ୍ତି ଯେ, ଆଜି ଆକାଶମାର୍ଗରୁ “ୟଶ୍” ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଅଞ୍ଚଳ ଯଥା ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲା ଗୁଡ଼ିକର ସ୍ଥିତି ଅନୁଧ୍ୟାନ କଲି । ଏହି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନବସତି ଏବଂ ଚାଷ ଜମି ଏବେ ବି ଜଳମଗ୍ନ ହୋଇ ରହିଛି ।

Leave A Reply

Your email address will not be published.