ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବକ୍ଷକଙ୍କ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବକ୍ଷକ ଗଙ୍ଗାଧର ନାୟକ, ସ୍ୱତନ୍ତ୍ର ସଚିବ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଗତକାଲି ବଲାଙ୍ଗିର ମ୍ୟୁନିସିପାଲିଟିର ତାଲିମ କାର୍ଯ୍ୟକ୍ରମ ଓ ପାଟଣାଗଡ ଏନ୍‌ଏସିର ଷ୍ଟ୍ରଙ୍ଗରୁମ, ପିଙ୍କ ବୁଥ ଏବଂ ମଡେଲ ବୁଥ ପରିଦର୍ଶନରେ ଯାଇଥିଲେ । ନିର୍ବାଚନ ଅଧିକାରୀ ଓ ପୌରନିର୍ବାହୀ ଅଧିକାରୀଙ୍କର ସହିତ ପୌର ନିର୍ବାଚନ ୨୦୨୨ ନିର୍ବାଚନ ଆଦର୍ଶ ଆଚରଣ ବିଧି ସମ୍ବଦ୍ଧିୟ ନିୟମାବଳୀ ଆଲୋଚନା କରିଥିଲେ ଏବଂ ଆଜି ଶ୍ରୀ ନାୟକ ଟିଟିଲାଗଡ଼ ମୁନିସିପାଲିଟିର ତାଲିମ କାର୍ଯ୍ୟକ୍ରମ, ଷ୍ଟ୍ରଙ୍ଗରୁମ, ପିଙ୍କ ବୁଥ ଏବଂ ମଡେଲ ବୁଥ ଓ ତୁଷୁରା ଏନ୍‌ଏସିର ଷ୍ଟ୍ରଙ୍ଗରୁମ, ପିଙ୍କ ବୁଥ ଏବଂ ମଡେଲ ବୁଥ ପରିଦର୍ଶନରେ ଯାଇଥିଲେ । ନିର୍ବାଚନ ଅଧିକାରୀ ଓ ପୌରନିର୍ବାହୀ ଅଧିକାରୀଙ୍କ ସହିତ ପୌରନିର୍ବାଚନ ୨୦୨୨ ନିର୍ବାଚନ ଆଦର୍ଶ ଆଚରଣ ବିଧି ସମ୍ବଦ୍ଧିୟ ନିୟମାବଳୀ ଆଲୋଚନା କରିଥିଲେ ।

Leave A Reply

Your email address will not be published.