jayashree

ବିଜ୍‌ନେସ୍‌ ଏକସିଲେନ୍ସ ସମିଟ୍‌(ବିଇଏସ୍‌)ର ପଞ୍ଚମ ସଂସ୍କରଣ ଆୟୋଜିତ

ଭୁବନେଶ୍ୱର : ୩୬ ବର୍ଷରୁ ଅଧିକ ପରମ୍ପରା ରଖିଥିବା ଏକ୍ସଆଇଏମ୍‌ବି, ଭୁବନେଶ୍ୱର ବିଜ୍‌ନେସ୍‌ ଏକସିଲେନ୍ସ ସମିଟ୍‌ (ବିଇଏସ)ର ପଞ୍ଚମ ସଂସ୍କରଣ ଆୟୋଜିତ ହୋଇଯାିଛି । ଏହି ବର୍ଷର ମୁଖ୍ୟ ବିଷୟ ଥିଲା “ଅଜଣାନନ୍ତୁ ଦିଗନ୍ତୁ” । ଏହି ସମ୍ମେଳନର ଦ୍ବିତୀୟ ଦିନ ଏକ୍ସଆଇଏମବିର ସମ୍ମାନିଅ ପ୍ରଫେସର ଶ୍ରୀଧର କୁମାର ଦାସଙ୍କ ସହ ମୁଖ୍ୟବକ୍ତା, ଚିତରଞ୍ଜନ ମହାନ୍ତି ମଧ୍ୟ ଉପସ୍ତିତ ଥିଲେ । ଚିତ୍ତରଞ୍ଜନ ମହାନ୍ତି, ସମ୍ବି ହାୟଫ୍ରେସର ପ୍ରତିଷ୍ଠାତା ଏବଂ ଏକ୍ସଆଇଏମ ଭୁବନେଶ୍ବରର ଜଣେ ସମ୍ମାନିତ ଆଲୁମନସ୍ ଗୋଟେ ପ୍ରେରଣାଦାୟକ ଭାଷଣ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଭାବିତ କରିଥିଲେ । ସେ “ଜୀବନର ଅନିଶ୍ଚିତତାକୁ ନେଭିଗେଟ୍ କରିବା, ଏକ ମୂଲ୍ୟବାନ ଟୁଲ୍କିଟ୍ ନିର୍ମାଣ ଏବଂ ନେଟୱାର୍କିଂ ସୁଯୋଗକୁ ଲିଭର୍ କରିବା” ଏହା ଉପରେ ନିଜର ମତାମତ ଦେଇଥିଲେ । ସେ ନିଜ ବକ୍ତବ୍ୟ ବିଫଳତା ବିଷୟରେ ବର୍ଣ୍ଣନା କରି ଶେଷ କରିଥିଲେ । ସେ କହିଥିଲେ : ”ଯଦି ଜାହାଜଟି ସମୁଦ୍ର ପାର ହେବାକୁ ପଡିବ, ତେବେ ଏହା କୂଳ ଛାଡିବାକୁ ପଡିବ ସେହି ହିସାବରେ ସଫଳ ହେବାକୁ ହେଲେ ତମକୁ ନିଜ ସାନ୍ତବାସ ପରିଧି ଛାଡିକି କଷ୍ଟ କରିବାକୁ ପଡିବ”।

ଅଭିଷେକ ଆସ୍ଥାନା, ହୁଡର ସହ-ପ୍ରତିଷ୍ଠାତା ଏବଂ ଜିନ୍ଜର – ମଙ୍କିର ପ୍ରତିଷ୍ଠାତା, ନିଜ ଜୀବନ ଅନୁଭୂତି ଏବଂ ବୃତ୍ତିଗତ ବୃତ୍ତି ସହ ନିଜ ଇଞ୍ଜିନିୟରିଂଠାରୁ ଏମ୍‌ବିଏ ପର୍ଯ୍ୟନ୍ତ ଏକାଡେମିକ୍ସ ବିଷୟରେ ବର୍ଣ୍ଣନା କରିଥିଲେ । ସେ ଏମ୍‌ବିଏ ଏବଂ କର୍ପୋରେଟ୍ ଦୁନିଆରେ ଶିକ୍ଷା ଏବଂ ପରିଶ୍ରମର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । ଏହା ପରେ ସେ ନିଜ ଉଦ୍ୟୋଗ ଯାତ୍ରା ଏବଂ ଶାର୍କ ଟ୍ୟାଙ୍କର ଅନୁଭୂତି ବିଷୟରେ କହିଥିଲେ । ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ‘ଗବର୍ ସିଙ୍ଗ’ର ଉତ୍ପତ୍ତି ଏବଂ ଏହା ତାଙ୍କୁ ନେଟୱାର୍କିଂରେ କିପରି ସାହାଯ୍ୟ କରିଛି ସେ ବିଷୟରେ ଏକ ରୋମାଞ୍ଚକର କାହାଣୀ ମଧ୍ୟ ବର୍ଣ୍ଣନା କରିଥିଲେ । ସେ ନିଜ ବକ୍ତବ୍ୟ “ଲୋକମାନେ ତୁମର ମତାମତ ପାଇଁ ତୁମର ଅନୁସରଣ କରନ୍ତି, ତୁମର ଦୃଷ୍ଟିକୋଣ ଯାହା ମାଧ୍ୟମରେ ତୁମେ ଦୁନିଆକୁ ଦେଖ” ଦେଇ ଶେଷ କରିଥିଲେ ।

ଶ୍ରୀମତୀ ରିନା ରାଠୀ, ମୋବାଇଲ୍ ବ୍ୟବସାୟ ବିକାଶର ମୁଖ୍ୟ, ଆମାଜନ ଏବଂ ଏକ୍ସଆଇଏମ ଭୁବନେଶ୍ୱରର ଜଣେ ସମ୍ମାନିତ ଆଲୁମନାସ୍ ନିଜର ବୃତ୍ତିଗତ ବୃତ୍ତି ସହ “ଅଭିନବ ସହିତ ଆଗକୁ ବଢିବା“ ବିଷୟରେ ବୁଝେଇଥିଲେ । ବ୍ୟବସାୟ କ୍ଷେତ୍ରରେ ଉଦ୍ଭାବନ ବିଷୟରେ ଗୁରୁତ୍ୱ ଦେବା ସହ ଏହି ଉଦ୍ଭାବନ କେମିତି ଗ୍ରାହକମାନଙ୍କୁ ସୁବିଧା ପ୍ରଦାନ କରୁଛି ତାହା ବିଷୟରେ ଜ୍ଞାନ ଦେଇଥିଲେ । ସେ ପୁଣି ବୁଝେଇଲେ ଯେ, ବିଭ୍ରାନ୍ତିକର ଉଦ୍ଭାବନ ବା ପରିବର୍ତନ ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ପରିବର୍ତ୍ତନ ଯାହା ନିରନ୍ତର ଏବଂ ଗ୍ରହକଙ୍କ ହିତ ଇଙ୍ଗିତ କରିଥିଲେ । ସେ ନିଜ ବକ୍ତବ୍ୟ ଶେଷରେ “ଆଜିର ପ୍ରଶ୍ନ ହେଉଛି ଆସନ୍ତା କାଲିର ଉତ୍ତର” ଉପରେ ଆଲୋକପାତ କରିଥିଲେ ।

ଶ୍ରୀମତୀ ଜେନ ସାକ୍ୟୁରିଆ କୁମାର, ପିଡବ୍ଲୁସିର ଅଂଶୀଦାର ଏବଂ ଏକ୍ସଆଇଏମ ଭୁବନେଶ୍ବରର ଜଣେ ସମ୍ମାନିତ ଆଲୁମନସ୍ ଆମକୁ “ମିଶ୍ରଣ ଏବଂ ଅଧିଗ୍ରହଣ” ବିଷୟରେ ନିଜ ବାର୍ତ୍ତା ପ୍ରଦାନ କରିଥିଲେ । ଏକ ନିବେଶ ବାଙ୍କର ଭାବେ ନିଜର ଅନୁଭବ ବର୍ଣ୍ଣନା କରିବା ସହ ଆଇପିଓ ପ୍ରକ୍ରିୟା ବିଷୟରେ ଆଲୋଚନା କରିଥିଲେ । ଏହା ସହିତ ସେ ମିଶ୍ରଣ ଏବଂ ଅଧିଗ୍ରହଣ ଯେ କୌଣସି ସଂସ୍ଥା ପାଇଁ କ’ଣ ମହତ୍ଵ ରଖେ ଏବଂ କେତେ ମାତ୍ରାରେ ତାହା ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ ।

ଆମର ପରବର୍ତ୍ତି ବକ୍ତା ତୁଷାର ସାହୁ, ନିର୍ଦ୍ଦେଶକ ଇଞ୍ଜିନିଅରିଂ ଗୁଗୁଲ, ଆଜିର ସମୟରେ ଏଆଇର ଆଧୁନିକ ପ୍ରଣାଳୀ ଏବଂ ଏହି ମାଧ୍ୟମରେ ରୋଜଗାରର ଉପୁଜୁଥିବା ସୁଯୋଗ ଉପରେ ନିଜ ବାର୍ତା ପ୍ରଦାନ କରିଥିଲେ । ଏହି ବଦଳୁଥିବା ସମୟ ସହ ନୂଆ ପ୍ରଣାଳୀ କେମିତି ବିଭିନ୍ନ ବିଭାଗ ଉପରେ ନିଜର ପ୍ରଭାବ ପକାଉଛି, ଏହା ବିଷୟରେ ସେ ଛାତ୍ରମାନଙ୍କୁ ସୂଚନା ଦେଇଥିଲେ ।

ଶ୍ରୀମତୀ ଜାଗୃତି କୁମାର, କ୍ରୀଡା ମେଡିସିନ୍ ଫ୍ରାଞ୍ଚାଇଜ୍ ଲିଡ୍, ସ୍ମିଥ୍ ଆଣ୍ଡ ନେଫ୍ୟୁ, ବାଣିଜିକ ସମାବେଶୀ ପ୍ରଣାଳୀ ଉପରେ ଗୁରୁତ୍ବାରୋପ କରିଥିଲେ । ଏହାକୁ ପ୍ରମାଣ କରିବା ପାଇଁ ବିଭିନ୍ନ ଉଦାହରଣ ମଧ୍ୟ ଦେଇଥିଲେ । ଏହା ସହିତ ସେ କହିଥିଲେ ଯେ, ଯେତେବେଳେ ଆମେ ଖୋଲା ବିଚାର ସହ ଅନ୍ୟମାନଙ୍କୁ ଶୁଣିଥାଉ, ସେତେବେଳେ ଆମକୁ ଅନେକ ପ୍ରଶ୍ନର ଉତ୍ତର ସହଜ ଭାବେ ମିଳିଥାଏ ।

ଅପରାହ୍ନରେ ଆୟୋଜିତ ହୋଇଥିବା ଉଦ୍‌ଯାପନୀ ଉତ୍ସବରେ କଲଚରାଲ ସଭାପତି କମଲେଶ ସାହୁ, ବିଇଏସରେ ଯୋଗ ଦେଇଥିବା ଅତିଥିମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଦୁଇ ଦିନର ସଫଳ ଆୟୋଜନ ଉପରେ ଆଲୋକପାତ କରି ଅନୁରାଗ ମହାପାତ୍ର, ସଭାପତି, ବିଶ୍ବବିଦ୍ୟାଳୟର କୁଳପତି, ଡୀନ, ମାନନୀୟ ଅଧ୍ୟାପକ ଏବଂ ସମସ୍ତ ଛାତ୍ର ଛାତ୍ରୀ ସହ କାର୍ଯ୍ୟକ୍ରମର ସମସ୍ତ ଅଂଶୀଦାରମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.