centurian jitm

ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ

nschool

କଟକ : ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦୋକାନ ଭିତରକୁ ମାଡିଗଲା ଟ୍ରାକ୍ଟର । ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ । କଟକ ଜିଲ୍ଲା ସାଲେପୁର ଥାନା ଜପକୁଦ ଫାଣ୍ଡିର ଜପକୁଦ ବଜାରରେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ଜପକୁଦ ବଜାରରେ ଥିବା ସୁଶୀଲ ଚନ୍ଦ୍ର ମିଶ୍ରଙ୍କ ପାନ ଦୋକାନ ଭିତରକୁ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ମାଡି ଯାଇଥିଲା । ଦୋକାନଟି ଭାଙ୍ଗି ଯାଇଥିବା ବେଳେ ସୁଶୀଲ ଓ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଖବର ପାଇ ସାଲେପୁର ଥାନା ଜପକୁଦ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟରଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଥିବାର ସୂଚନା ମିଳିଛି ।

Leave A Reply

Your email address will not be published.